ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଳୁ ଏପରି ଏକ ପରିବା ଯାହା ପିଲାଠାରୁ ବଡ ସଭିଙ୍କୁ ଖାଇବାକୁ ଭଲ ଲାଗି ଥାଏ । ମାକେର୍ଟରୁ ଫେରିବା ବେଳେ ବ୍ୟାଗରେ କିଛି ଥାଉ କି ନଥାଉ ଆଳୁ କିନ୍ତୁ ନିଶ୍ଚିତ ରହିଥିବ । ପ୍ରାୟ ପ୍ରତ୍ୟେକ ଘରେ ଆଳୁରେ ପ୍ରସ୍ତୁତ ତରକାରୀ ତିଆରି ହୋଇଥାଏ । ତେଣୁ ସବୁ ବେଳେ ଘରେ ଆଳୁ ମହଜୁଦ ହୋଇ ରହିଥାଏ । ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ମହଜୁଦ କରି ରଖିବା ପାଇଁ କେତେକ ଲୋକ ଆଳୁକୁ ଫ୍ରିଜରେ ରଖିଥାନ୍ତି । ତେବେ ଆପଣ ମଧ୍ୟ ଯଦି ଆଳୁକୁ ଫ୍ରିଜରେ ରଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହା ଫଳରେ କ୍ୟାନସର ଭଳି ବଡ ଧରଣର ରୋଗର ଶିକାର ହୋଇ ପାରନ୍ତି । ଆଳୁକୁ ଫ୍ରିଜରେ ରଖି ଖାଇଲେ ଏହା ଆପଣଙ୍କ ଶରୀର ପ୍ରତି ନକରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କଣ ପାଇଁ ଫ୍ରିଜରେ ଆଳୁ ରଖିଲେ ରୋଗ ହୋଇଥାଏ ।
– ଏକ ବୈଜ୍ଞାନି ତଥ୍ୟ ଅନୁଯାଇ ଆଳୁ ଫ୍ରିଜରେ ରଖି ଖାଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଆଳୁରେ ଷ୍ଟାର୍ଚ ମାନେ ଶ୍ୱେତସାର ଅଧିକ ମାତ୍ରାରେ ରହିଥାଏ । ଏହାସହିତ ଯଦି ଆପଣ ଆଳୁକୁ ଫ୍ରିଜ୍ ରେ ରଖୁଛନ୍ତି ତେବେ ତାହା ସୁଗାରରେ ପରିଣତ ହୋଇଯାଇଥାଏ । କାରଣ ଫ୍ରିଜରେ ଥିବା ଥଣ୍ଡା ତାପମାତ୍ର ଯୋଗୁଁ ଏହା ର ଏଭଳି ପରିବର୍ତ୍ତନ ହୋଇଥାଏ । ଏହି ସବୁ ସୁଗାର ବିପଦଜନକ ରାସାୟନୀକ ତତ୍ୱରେ ପରିଣତ ହୋଇ କ୍ୟାସନର ଭଳି ରୋଗ ହୋଇଥାଏ ।
– ବୈଜ୍ଞାନିକ ତଥ୍ୟରେ ଆହୁରି ମଧ୍ୟ ଜଣାପଡିଛି ଯେ, ଆଳୁରେ ପ୍ରଥମରୁ ଚିନିର ମାତ୍ରା ରହିଥାଏ ତେବେ ଯେତେବେଳେ ଏହାକୁ ଆପଣ ଫ୍ରିଜରେ ରଖୁଛନ୍ତି,ସେତେବେଳେ ଆଳୁରେ ଥିବା ଏମିନୋ ଏସିଡ ଏସ୍ପରେଗୀନ ରେ ମିଶି ଏକ୍ରାଇମାଇଡ ଭଳି ରସାୟନିକ ତତ୍ୱରେ ପରିଣତ ହୋଇଥାଏ । ଏହା ସେହି ଏକ୍ରାଇମାଇଡ ଭଳି ଏକ ରସାୟନୀକ ତତ୍ୱ ଅଟେ ଯାହାର ବ୍ୟବହାରରେ ପେପର ଓ ପ୍ଲାଷ୍ଟିକ ତିଆରି ହୋଇଥାଏ । ଏଥିରୁ ଆପଣ ଜାଣି ପାରୁ ଥିବେ କି ଆଳୁ କୁ ଫ୍ରିଜରେ ରଖି ଖାଇଲେ ଏହା କି ପ୍ରକାରର ସମସ୍ୟାରେ ପକାଇ ପାରିବ । ତେଣୁ ବଜାରରୁ ଆଳୁ ଆଣିଲେ ଏହାକୁ ଫ୍ରିଜରେ ବିଲକୁଲ୍ ରଖନ୍ତୁ ନାହିଁ ।