ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରବଳ ଖରା ଯୋଗୁଁ ତ୍ୱଚାରେ ସନବର୍ଣ୍ଣ କିମ୍ବା ଟ୍ୟାନ ହୋଇଯାଇଥାଏ । ଯାହାଫଳରେ ଶରୀରର ଯେଉଁ ଅଂଶ ଖରାରେ ରହିଥାଏ ସେହି ଅଂଶ ସଂପୂର୍ଣ୍ଣ କଳା ଦେଖା ଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କଲେ ତ୍ୱଚାରୁ ଟ୍ୟାନ ଦୂର ହୋଇଥାଏ ।
– ସକାଳ ୧୦ ଟାରୁ ସଂନ୍ଧ୍ୟା ୬ ଭିତରେ ପ୍ରବଳ ଖରା ହୋଇଥାଏ, ଯଦି ଏହି ସମୟରେ ବାହାରକୁ ବାହାରୁଛନ୍ତି ତେବେ ଘରୁ ଛତା ନେଇ ବାହାରନ୍ତୁ,କିମ୍ବା ଶରୀରକୁ ସଂପୂର୍ଣ୍ଣ କପଡା ଦ୍ୱାରା ଘୋଡାଇ ଦିଅନ୍ତୁ ।
– ଘରୁ ବାହାରିବାର ୧୫ ମିନିଟ୍ ପୂର୍ବରୁ ସନସ୍କ୍ରିନ ଲଗେଇବା ପାଇଁ ଭୁଲନ୍ତୁ ନାହିଁ । ଏହା ସହିତ ପ୍ରତି ଘଂଟେ ଲେଖା ବ୍ୟବଧାନରେ ସନସ୍କ୍ରିନ ଲଗାନ୍ତୁ ।
– ଆକାଶ ମେଘଚ୍ଛନା ଦିଶୁଥିଲେ ମଧ୍ୟ ସନସ୍କ୍ରିନ ବ୍ୟବହାର କରନ୍ତୁ । କାରଣ ସୂର୍ଯ୍ୟଙ୍କ କିରଣ ବାଦଲ ଭିତରେ ଥାଇ ମଧ୍ୟ ତ୍ୱଚାକୁ ହାନି ପହଁଞ୍ଚାଇ ଥାଏ ।
– ଖରାଦିନେ ସମୁଦ୍ର କିମ୍ବା ସୁଇମିଙ୍ଗ ପୁଲରେ ଗାଧୋଇଲା ବେଳେ ବି ସନସ୍କ୍ରିନ ଲଗାଇ ଗାଧାନ୍ତୁ ।
– ବାହାରୁ ଘରକୁ ଆସିଲା ପରେ ତ୍ୱଚାରେ ଟ୍ୟାନ ନହେବା ପାଇଁ କୌଣସି ଥଣ୍ଡା ଲୋସନ କିମ୍ବା ନଡିଆ ତେଲ ଲଗାନ୍ତୁ । ଏହା ବ୍ୟତୀତ ଆପଣ ଘିକୁଆଁରି ରସ ମଧ୍ୟ ବ୍ୟବହାର କରି ପାରିବେ ।
– ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ।