ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପିଲାମାନଙ୍କର ସୁସ୍ଥ ଶରୀର ପାଇଁ ମା-ବାପା ମାନେ ସର୍ବଦା ଚିନ୍ତାରେ ରହିଥାନ୍ତି । କିଭଳି ଭାବେ ପିଲାଙ୍କ ଖାଦ୍ୟରେ ପ୍ରୋଟିନ୍ ସାମିଲ କରାଯିବ । ଆପଣମାନେ ଜାଣିଛନ୍ତି କି ଛୋଟ ପିଲାଙ୍କ ବିକାଶ ପାଇଁ କେତେ ପରିମାଣର ପ୍ରୋଟିନ୍ ସାମିଲ କରାଯିବା ଉଚିତ୍ । ହୁଏତ ପ୍ରୋଟିନ୍ କୁ ନେ୍ଇ ଅଧିକ ଚିନ୍ତାରେ ରହିଥାନ୍ତି ମା-ବାପା । ଆଜି ଆମେ କହିବାକୁ ଯାଉଛୁ ଯେ ପ୍ରୋଟିନ୍ କୁ ନେଇ ପରିବାର ଲୋକ କାହିଁକି ଚିନ୍ତାରେ ରହିଥାନ୍ତି ।
ଆଜ୍ଞା ହଁ ଛୋଟ ପିଲାଙ୍କ ପାଇଁ ପ୍ରୋଟିନ୍ ନିହାତି ଆବଶ୍ୟକ । ପ୍ରୋଟିନ୍ ଆମ ଶରୀରର ସରଞ୍ଚନାତ୍ମକ ବ୍ଲକ ହୋଇଥାଏ । କିଛି ପ୍ରୋଟିନ୍ ଏନଜାଇମସ୍, ଏଂଟିବଡିଜ୍ ଏବଂ ହରମୋନ ଭଳି କାମ କରିଥାଏ । ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ ନେବା ଫଳରେ ଛୋଟ ପିଲା ମାନଙ୍କ ଶରୀର ବଢିବା ,ବିକାଶ ଏବଂ ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିଥାଏ । ଆସନ୍ତୁ ଜାଣିବା ପିଲାମାନଙ୍କୁ କେତେ ପରିମାଣର ପ୍ରୋଟିନ୍ ଆବଶ୍ୟକ? ୭ ରୁ ୧୨ ମାସର ଶିଶୁକୁ ୧୧ ଗ୍ରାମ, ୧ ରୁ ୩ ବର୍ଷ ପିଲାକୁ ୧୩ ଗ୍ରାମ, ୪ ରୁ ୮ ବର୍ଷṣ ପିଳାକୁ ୧୯ ଗ୍ରାମ, ୯ ରୁ ୧୩ ବର୍ଷ ପିଲାକୁ ୩୪ ଗ୍ରାମ, ୧୪ ରୁ ୧୮ ବର୍ଷ ପୁଅକୁ ୫୨ ଗ୍ରାମ ଏବଂ ଝିଅଙ୍କୁ ୪୬ ଗ୍ରାମ ପ୍ରୋଟିନ ଜରୁରୀ ।