ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମାହାମାରୀ ଆସିବା ପରେ ଜୀବନରେ କିଛି ଜିନିଷ ଜରୁରୀ ଅଂଶ ହୋଇଯାଇଛି । ଯେପରିକି ମାସ୍କ, ସାନିଟାଇଜର ଆଦି । ସେହିପରି ଏବେ କରୋନାର ଦ୍ୱିତୀୟ ଲହରରେ ପଲ୍ସ ଅକ୍ସିମିଟର ଜରୁରୀ ହୋଇପଡିଛି । ଶରୀରରେ ଅକ୍ସିଜେନ ସ୍ତର କମ ବା ଅଧିକ ଜାଣିବା ପାଇଁ ଲୋକେ ଅକ୍ସିମିଟର କିଣି ନିଜ ପାଖରେ ରଖୁଛନ୍ତି । ଅବଶ୍ୟ କିଛି ଲୋକ ଏପର୍ଯ୍ୟନ୍ତ ଅକ୍ସିମିଟରର ବ୍ୟବହାର ଜାଣିନାହାନ୍ତି । ଭୁଲ ରିଡିଙ୍ଗ ପାଇଁ ଲୋକେ ଭୟରେ ଭୟବିତ ମଧ୍ୟ ହୋଇ ପଡୁଛନ୍ତି । ତେବେ ଆଜି ଆପଣଙ୍କୁ ଜଣାଇବୁ କିଭଳି ଭାବେ ଅକ୍ସିମିଟରକୁ ସଠିକ ଭାବେ ବ୍ୟବହାର କରିବେ ।
– ଯଦି ଆପଣଙ୍କୁ ଆପଣଙ୍କର ବ୍ଲଡ-ଅକ୍ସିଜେନ ମାତ୍ରା ମାପିବାକୁ ଅଛି ତେବେ ମାପିବାର ୧୫ ମିନିଟ ପୂର୍ବରୁ କୌଣସି କାମ କରନ୍ତୁ ନାହିଁ ।
– ଏହାପରେ ଆରାମରେ ଶୋଇ ରୁହନ୍ତୁ ଏବଂ ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏହାଦ୍ୱାରା ସଠିକ ଫଳାଫଳ ମିଳିପାରିବ ।
– ପୁଣି ଅକ୍ସିମିଟରକୁ ଆପଣଙ୍କ ହାତର କୌଣସି ଅଙ୍ଗୁଳି ଲଗାନ୍ତୁ ଏବଂ ହାତକୁ ବିଲକୁଲ ହଲାନ୍ତୁ ନାହିଁ ।
– ଯଦି ଆପଣଙ୍କ ଅକ୍ସିଜେନ ସ୍ତର କମ ଥିବ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।