ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଞ୍ଚା କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ତଥା ଭିଟାମିନ୍ ସି ଥାଏ ଯାହା ଶରୀରକୁ ଶକ୍ତି ପ୍ରଦାନ କରେ । କଞ୍ଚା କଦଳୀ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ..
– କଞ୍ଚା କଦଳୀରେ ଶ୍ୱେତସାର ଥାଏ ଯାହା କୋଷ୍ଟକାଠିନ୍ୟ ସମସ୍ୟାରୁ ଆରାମ ଦେବା ସହ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।
– ଅନେକ ଲୋକଙ୍କୁ ବାରମ୍ବାର ଖାଇବାର ଅଭ୍ୟାସ ଥାଏ । ଏହି ସମୟରେ କଞ୍ଚା କଦଳୀ ଖାଇବା ଦ୍ୱାରା ଭୋକ ନିୟନ୍ତ୍ରଣରେ ରହିଥାଏ ।
– ଯଦି ଆପଣ ମଧୁମେୟ ରୋଗୀ ତେବେ କଞ୍ଚା କଦଳୀ ଔଷଧ ଭଳି କାମ କରିବ । ମଧୁମେୟ ରୋଗ ଆରମ୍ଭ ହେଉ ହେଉ କଦଳୀ ଖାଆନ୍ତୁ ।
– କଦଳୀରେ ଥିବା କ୍ୟାଲସିୟମ ହାଡକୁ ମଜବୁତ କରିବାରେ ସାହାର୍ଯ୍ୟ କରେ । ସେଥିପାଇଁ କଞ୍ଚା କଦଳୀ ଶରୀର ପାଇଁ ବରଦାନ ସଦୃଶ ।
– ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଆନ୍ତୁ । କାରଣ ଏହା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ଥାଏ ଯାହା ମୋଟାପଣ ହ୍ରାସ କରେଇବାରେ ସାହାର୍ଯ୍ୟ କରେ ।