ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହିଳାମାନଙ୍କର ମନ ପସନ୍ଦ ଗହଣା ହେଉଛି ଚାନ୍ଦୀ ପାଉଁଜି । ଖାସ୍ କରି ବାହାଘର ପରେ ମହିଳାମାନେ ତାଙ୍କ ପାଦରେ ପାଉଁଜି ନିହାତି ଭାବେ ପିନ୍ଧିଥାନ୍ତି । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି କି ବାହାଘର ପରେ କାହିଁକି ମହିଳାମାନେ ପାଉଁଜି ପିନ୍ଧିଥାନ୍ତି? ଯଦି ନାଁ ତେବେ ଆସନ୍ତୁ ଜାଣିବା । ପାଉଁଜି ପିନ୍ଧିବା ପଛରେ ପାରମ୍ପରିକ ମାନ୍ୟତା ସହିତ ବୈଜ୍ଞାନିକ କାରଣ ବି ରହିଛି ।
ସକରାତ୍ମକ ଶକ୍ତି: ବିବାହ ପରେ ଅଧିକତମ ହିନ୍ଦୁ ମହିଳା ସବୁବେଳ ପାଇଁ ପିନ୍ଧିଥାନ୍ତି । ଏହାକୁ ପିନ୍ଧିବା ଦ୍ୱାରା ପାରମ୍ପରିକ କାରଣ ସମେତ ବୈଜ୍ଞାନିକ କାରଣ ବି ରହିଛି । ଯେତେବେଳେ ମହିଳାମାନେ ପାଦରେ ପାଉଁଜି ପିନ୍ଧି ଚାଲିଥାନ୍ତି, ସେହି ସମୟରେ ପାଉଁଜିର ଘୁଂଗୁରରୁ ବାହାରୁଥିବା ଶବ୍ଧ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଭିତରେ ଥିବା ନକରାତ୍ମକ ଶକ୍ତି ଉଭାନ ହୋଇଥାଏ । ଏହାସହିତ ସବୁଠାରୁ ବଡ କଥା ହେଉଛି ପାଉଁଜିର ଘୁଂଗୁରରୁ ବାହାରୁଥିବା ଶବ୍ଧକୁ କ୍ରିୟ ଶକ୍ତି ବୋଲି କୁହାଯାଇଥାଏ । ଏହି ଶକ୍ତି ଏକ ପ୍ରକାରର ସଧବା ମହିଳାଙ୍କର ରକ୍ଷା କବଜ ଭଳି କାମ କରିଥାଏ ଏବଂ ମହିଳାମାନଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ ।
ହାଡ ମଜବୁତ: ମହିଳାମାନେ ପାଉଁଜି ପିନ୍ଧିବା ଦ୍ୱାରା ସେମାନଙ୍କ ହାଡ ମଜବୁତ ହୋଇଥାଏ । ପ୍ରକୃତରେ ପାଉଁଜିଟି ଯେତେବେଳେ ମହିଳାଙ୍କ ପାଦରେ ବାରମ୍ବାର ଘସି ହୋଇଥାଏ, ସେମାନଙ୍କର ହାଡ ଅଧିକ ମଜବୁତ ହୋଇଥାଏ ।
ସ୍ୱାସ୍ଥ୍ୟରେ ସୁଧାର: ପାଉଁଜିକୁ ନେଇ ଆଧ୍ୟାତ୍ମିକ ମାନ୍ୟତା ବି ରହିଛି । ପାଉଁଜି ପିନ୍ଧିବା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଏହାସହିତ ପାଉଁଜି ଶରୀରକୁ ଥଣ୍ଡା ରଖିବାର କାମ କରିଥାଏ ।
ଗର୍ଭଧାରଣ କ୍ଷମତା: ପାଉଁଜି ପିନ୍ଧିବା ଆକ୍ୟୁପ୍ରେସର ଭଳି କାମ କରିଥାଏ । ଏହା ଆପଣଙ୍କ ମାଂସପେଶୀୟକୁ ଷ୍ଟେବଲ ରଖିବାର କାମ କରିଥାଏ । କୁହାଯାଏ ପାଉଁଜି ପାଦର ଏକ ସ୍ୱତନ୍ତ୍ର ଶୀରା ଉପରେ ଚାପ ପକାଇ ଥାଏ । ଯାହାଦ୍ୱାରା ଗର୍ଭାଶୟରେ ସମାନ ଭାବେ ରକ୍ତ ସଂଚାଳିତ ହୋଇଥାଏ । ଅର୍ଥାତ ଚାନ୍ଦୀ ପାଉଁଜି ପିନ୍ଧିବା ଦ୍ୱାରା ମହିଳାଙ୍କ ଗର୍ଭଧାରଣ କ୍ଷମତା ବୃଦ୍ଧି ହୋଇଥାଏ ।
ବାସ୍ତୁ ଶାସ୍ତ୍ର: ଶାସ୍ତ୍ର ଅନୁସାରେ ବି ପାଉଁଜିର ଘୁଂଗୁରରୁ ବାହାରୁଥିବା ଶବ୍ଧ ଘରର ପରିବେଶ ପାଇଁ ଶୁଭ ହୋଇଥାଏ । ଏହାଦ୍ୱାରା କେବଳ ଘରର ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ, ତାହାନୁହେଁ ବରଂ ଦୈବିକ ଶକ୍ତି ବି ଏହି ଶବ୍ଧ ଦ୍ୱାରା ଆକର୍ଷିତ ହୋଇ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି । ଯାହାଫଳରେ ଘରର ଉନ୍ନତି ଏବଂ ଲାଭ ହୋଇଥାଏ ।