ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୀତ ଦିନେ କେବଳ ଚର୍ମ ସମସ୍ୟା ନୁହେଁ ବରଂ କେଶ ସମସ୍ୟା ମଧ୍ୟ ବଢିଯାଇଥାଏ । ସେଥିପାଇଁ କେଶର ଅଧିକ ଯତ୍ନ ନେବା ଉଚିତ୍ । ଯଦି ଶୀତ ଦିନେ କେଶର ସଠିକ୍ ଯତ୍ନ ନନିଅନ୍ତି ତେବେ ଅଧିକ ମାତ୍ରାରେ କେଶ ଝଡିବା ଆରମ୍ଭ ହୋଇଯାଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଆସନ୍ତୁ ଜାଣିବା କିଛି ଆର୍ୟୁବେଦିକ ଉପଚାର ବିଷୟରେ ।
ଲିମ୍ବ ପତ୍ର: ଶୀତ ଦିନେ କେଶର ବିଭିନ୍ନ ସମସ୍ୟା ଉପୁଜି ଥାଏ । ଅଧିକ ମାତ୍ରାରେ କେଶ ଶୁଷ୍କ ହୋଇଯାଏ । ଯଦି ଆପଣ ବି ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଏଥିପାଇଁ ଲିମ୍ବପତ୍ର ବ୍ୟବହାର କରିପାରିବେ । ଲିମ୍ବ ପତ୍ରରେ କେଶ ମଜବୁତ କରିବାର ଗୁଣ ଅଧିକ ଥାଏ ।
ଅଁଳା: ଅଁଳାରେ ଭିଟାମିନ୍-ସି ଅଧିକ ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଥାଏ । ଏହା କୋଲେଜନ ଉତ୍ପାଦନ ପାଇଁ ଫାଇଦା ହୋଇଥାଏ । ଏହି କୋଲେଜନ କେଶକୁ ଗ୍ରୋଥ ଏବଂ ବିକାଶ କରିଥାଏ । ସେଥିପାଇଁ ଅଁଳା ପାଉଡରକୁ ପାଣିରେ ମିଶାଇ ତାକୁ କେଶରେ ଲଗାନ୍ତୁ । ଅଧା ଘଣ୍ଟା ପରେ କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
ମେଥି: ସ୍ୱାଭାବିକ ଭାବେ ମେଥି କଣ୍ଡିସନର ଭଳି କାମ କରିଥାଏ । ଏଥିରେ ଆଣ୍ଟି ଫଙ୍ଗଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଥାଏ । ମେଥି,ଅଁଳା, ସିକାକାଇ ଏବଂ ମେହେନ୍ଦିର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶରେ ଲଗାଇବାର ଅଧାଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ ।