ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କେଶ ଝଡିବା ଏକ ବଡ ସମସ୍ୟା ପାଲଟିଛି । ସେ ଝିଅ ହୋଇଥାନ୍ତୁ ଅବା ପୁଅ । ସମସ୍ତଙ୍କର ସେହି ଗୋଟିଏ ସମସ୍ୟା । ସେଥିପାଇଁ ଅନେକ ବ୍ୟକ୍ତି ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ଉପଲବ୍ଧ ଥିବା ପ୍ରଡକ୍ଟସ୍ ବ୍ୟବହାର କରିଥାନ୍ତି । କିନ୍ତୁ ତାହା ଦ୍ୱାରା କୌଣସି ଫାଇଦା ହୋଇନଥାଏ । ବରଂ କେଶ ଅଧିକ ମାତ୍ରାରେ ଝଡିବାକୁ ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଟିପ୍ପଣୀ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ ।
ଗ୍ରୀନ ଟି ବ୍ୟବହାର:
ଗ୍ରୀନ୍ ଟି କେଶ ପାଇଁ ବହୁତ ଉପକାରୀ । ଏତିରେ ଭରପୁର ମାତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଯାହା କେଶ ବଢିବାରେ ସହାୟକ ହୋଇଥାଏ । ଗ୍ରୀନ୍ ଟି କୁ କେଶ ମୂଳରେ ଲଗାଇବା ଦ୍ୱାରା ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ବଢିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ସେଥିପାଇଁ ପ୍ରଥମେ ଗ୍ରୀନ ଟି ବ୍ୟାଗକୁ ପାଣିରେ ପକାଇ ୧୦ ରୁ ୧୫ ମିନିଟ୍ ଛାଡି ଦିଅନ୍ତୁ । ଏବେ କେଶକୁ ସାମ୍ପୁ କରି ସାରିବା ପରେ ସେହି ଗ୍ରୀନ୍ ଟି ପାଣି ଦ୍ୱାରା କେଶ ଧୋଇ ଦିଅନ୍ତୁ । ଏହାପରେ ସାଧା ପାଣିରେ କେଶ ଧୁଅନ୍ତୁ । ଏଭଳି ମାସକୁ ୩ ରୁ ୪ ଥର କେଶ ଧୋଇବା ଦ୍ୱାରା କେଶ ଝଡିବା ସମସ୍ୟାରୁ ରକ୍ଷା ପାଇ ପାରିବେ ।