ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ମୁଣ୍ଡ ବ୍ୟଥା ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ରକ୍ଷା ପାଇଁ କିଛି ବ୍ୟକ୍ତି ମେଡିସିନ୍ ବ୍ୟବହାର କରୁଥିବାଳ ବେଳେ ଆଉ କିଛି ବ୍ୟକ୍ତି ଯୋଗ, ପ୍ରଣାୟାମ ଆଦି କରିବା ସହ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ରିଥାନ୍ତି । ପ୍ରକୃତରେ ଏହି ମୁଣ୍ଡ ବିନ୍ଧା ସମସ୍ୟାରୁ ଆପଣ ଭାରତୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଦ୍ୱାରା ଛୁଟ୍ କାରା ପାଇ ପଇପାରିବେ ।
ପ୍ରକୃତିର ଆଧାରରେ ଯୋଗ, ଭୋଜନ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରି ମୁଣ୍ଡ ବ୍ୟଥା ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆଜିକା ଯୁଗରେ ମୁଣ୍ଡ ବ୍ୟଥା ଏକ ସାଧାରଣ ସମସ୍ୟା ପାଲଟିଛି । ବୃଦ୍ଧ ଏବଂ ଯୁବାଙ୍କ ବ୍ୟତିତ ଛୋଟ ଛୁଆ ବି ଏହି ସମସ୍ୟାରେ ପୀଡିତ ।
ବିଶେଷଜ୍ଞ ମାନେ ମୁଣ୍ଡ ବ୍ୟଥାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଚିନ୍ତା ଯୋଗୁଁ ହେଉଥିବା ମୁଣ୍ଡ ବ୍ୟଥା, ପିତ ପ୍ରକୃତି ପାଇଁ ହେଉଥିବା ମାଇଗ୍ରେନ, ବାତ ଏବଂ କଫ ପାଇଁ ହେଉଥିବା ମୁଣ୍ଡ ବ୍ୟଥା ସାମିଲ ରହିଛି । ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ନିୟମିତ ଭାବେ ଯୋଗ, ପ୍ରାଣାୟମ କରନ୍ତୁ ଏବଂ ସଠିକ୍ ଭୋଜନ କରିବା ସହ ଜୀବନ ଶୈଳୀରେ ପରିବର୍ତ୍ତନ କରନ୍ତୁ ।