ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମାସରେ ମହିଳାମାନଙ୍କ ଋତୁଶ୍ରାବ ହୋଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଏହି ସମୟରେ ମହିଳାମାନଙ୍କର ମୁଡ୍ ସୁଇଙ୍ଗ ମଧ୍ୟ ଦେଖିବାକୁ ମିଳେ । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଜବରଦସ୍ତ ଫାଇଦା ମିଳିବ ।
ଋତୁଶ୍ରାବ ସମୟରେ ଗରମ ପାଣିରେ ଗାଧାନ୍ତୁ କିମ୍ବା ପେଟରେ ଗରମ ପାଣିର ଥଳି ରଖି ଶୁଅନ୍ତୁ । ଏହାଦ୍ୱାରା ଆରାମ ଅନୁଭବ ହେବ ।
ଏହାସହିତ ଏହି ସମୟରେ ଅଦା ଚା’ କିମ୍ବା ଚମେଲି ଚା ପିଇବା ଦ୍ୱାରା ତୁରନ୍ତ ଆରାମ ଲାଗିଥାଏ । ଶରୀରରୁ ରକ୍ତ କମ ହେବା ପରେ ଲଢିବାକୁ କ୍ଷମତା ଦେଇଥାଏ ଏହି ଚା’ ।
ସେହିପରି ଋତୁଶ୍ରାବ ସମୟରେ ଏଲୋବେରା ଜୁସ୍, ଭଣ୍ଡା ଜୁସ୍ ଆଦି ସେବନ କରନ୍ତୁ । ଏହାଦ୍ୱାରା ପେଟ ବ୍ୟଥା ସମସ୍ୟା ଦୂର ହୋଇଯିବ ।
ଭିଟାମିନ୍ ବି, ସି, ଇ ଆଦି ସପ୍ଲିମେଣ୍ଟ ନେବା ଦ୍ୱାରା ଯନ୍ତ୍ରଣା କମ ହୋଇଥାଏ ସତ କିନ୍ତୁ ସବୁଜ ପନିପରିବା ସେବନ ଜବରଦସ୍ତ ଫାଇଦା ହୋଇଥାଏ ।