ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଖାଦ୍ୟ ପଦାର୍ଥରେ ପିମ୍ପୁଡି ଲାଗି ଯାଇଥିବାର ଦେଖିବାକୁ ମିଳିଥାଏ । ପିମ୍ପୁଡି ନିଜ ସହିତ ଅନେକ ଜୀବାଣୁୁ ନେଇ ଆସିଥାନ୍ତି । ଏହାସହିତ ପିମ୍ପୁଡିର ଅନ୍ୟ ଏକ ପ୍ରଜାତି ହେଉଛି ଜନ୍ଦା ।ଏହି ଜନ୍ଦା ପିମ୍ପୁଡି କାମୁଡିବା ଦ୍ୱାରା ଖୁବ୍ ଦରଜ ହେବାସହ ବେଳେ ବେଳେ ଆଲର୍ଜି ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଘରୁ ପିମ୍ପୁଡି ବା ଜନ୍ଦାକୁ ଦୂର କରିବା ।
– ରୋଷେଇରେ ବ୍ୟବହାର କରାଯାଉଥିବା ଲୁଣ ପିମ୍ପୁଡି ମାରିବାରେ ଖୁବ୍ ସହାୟକ ହୋଇଥାଏ । ଆପଣ ଯେତେବେଳେ ଘର ପୋଛୁଛନ୍ତି, ସେତେବେଳେ ବାଲ୍ଟି ପାଣିରେ ଲୁଣ ପକେଇ ଦିଅନ୍ତୁ । ଏବଂ ସେହି ପାଣିରେ ଘର ପୋଛନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ ପିମ୍ପୁଡି ହେବ ନାହିଁ ।
– ଯେଉଁ ସ୍ଥାନରେ ଅଧିକ ମାତ୍ରାରେ ପିମ୍ପୁଡି ଲାଗିଥିବେ, ସେହି ସ୍ଥାନରେ ଲଙ୍କା ଗୁଣ୍ଡ ପକାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ପିମ୍ପୁଡି ସେହି ସ୍ଥାନରୁ ପଳେଇବେ ।
– ଏହାବ୍ୟତୀତ ଆପଣ ଘରର କବାଟ ଓ ଝରକା କୋଣରେ ଲବଙ୍ଗ ଥୋଇ ଦିଅନ୍ତୁ । ଏହାର ଗନ୍ଧରେ ପିମ୍ପୁଡି ଘରକୁ ଆସିବେ ନାହିଁ । ନଚେତ୍ ଆପଣ ଫିଟିକିରୀ ଏବଂ ହଳଦୀ ଗୁଣ୍ଡ ବ୍ୟବହାର କରି ପାରିବେ ।