ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାତ ରାନ୍ଧିବା ପାଇଁ ଚାଉଳକୁ ଧୋଇ ତାରି ପାଣିକୁ ଆପଣମାନେ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଦରକାରୀ ଭାବି ଫିଙ୍ଗି ଦେଉଥିବା ସେହି ଚାଉଳ ଧୂଆ ପାଣି ଆପଣଙ୍କ ତ୍ୱଚା ଏବଂ କେଶ ପାଇଁ କେତେ ଉପଯୋଗୀ । କେଶ ଝଡିବା, ଶୁଖିଲାପଣ, କେଶରେ ଚମକ ଫେରାଇବାରେ ଚାଉଳ ପାଣି ବେଶ ଗୁରୁତ୍ୱପୂର୍ଣ୍ଣ । ସେହିପରି ତ୍ୱଚାରେ ଚମକ ମଧ୍ୟ ଆଣିଥାଏ ଚାଉଳ ପାଣି ।
ବର୍ଷା ଦିନେ ଅନେକଙ୍କର କେଶ ଝଡିବା ସମସ୍ୟା ଉପୁଜିଥାଏ । ଏଭଳି ସ୍ଥିତିରେ ଚାଉଳ ପାଣି କୌଣସି ଯାଦୁ ଠାରୁ କମ ନୁହେଁ । ବିଶେଷଜ୍ଞଙ୍କ ମତରେ ଚାଉଳ ପାଣିରେ କାର୍ବେହାଇଡ୍ରେଟ ଭରପୁର ହୋଇ ରହିଥାଏ । ଏହି କାରଣ ପାଇଁ ଏହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଉପଯୋଗୀ । ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ସ ଏବଂ ମିନେରାଲ୍ସ ରହିଛି ।
ଏହାସହିତ ଫେରୁଲିକ ଏସିଡ ଯୋଗୁଁ ମଧ୍ୟ ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୁର । ଏହା ତ୍ୱଚାର କଣିକାକୁ ପୋଷିତ କରିବାରେ ସହାୟତା ହୋଇଥାଏ ଏବଂ କେଶକୁ ହେଲ୍ଦୀ କରେ । ସେଥିପାଇଁ ଆଜି ବି ଅନେକ ବ୍ୟକ୍ତି ସେମାନଙ୍କ ବିଉଟି ସିକ୍ରେଟ ଭାବେ ଚାଉଳ ପାଣି ବ୍ୟବହାର କରନ୍ତି ।