ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ ୱିକ୍ ମାନେ ପ୍ରେମ ସପ୍ତାହ । ରୋଜ୍ ଡେ ରୁ ଏହି ପର୍ବ ଆରମ୍ଭ ହୋଇଛି । ଏହିଦିନ ପ୍ରେମୀଯୁଗଳ ଗୋଲାପ ଫୁଲ ଟିଏ ଦେଇ ଉଭୟଙ୍କୁ ପ୍ରେମ ନିବେଦନ କରିବାର ପ୍ରଥା ରହିଛିି । ଏନେଇ ଖୁବ୍ ଉତ୍ସାହିତ ପ୍ରେମୀଯୁଗଳ । କିନ୍ତୁ ଗୋଲାପ ଦେବା ପୂର୍ବରୁ ଆପଣ ଜାଣି ରଖିବା ଉଚିତ୍ କି କେଉଁ ରଙ୍ଗର ଗୋଲାପର ଅର୍ଥ କଣ । ଏହାଦ୍ୱାରା ଆପଣ ଜାଣିପାରିବେ କି କେଉଁ ଫୁଲ କାହାକୁ ଦେବା ଉଚିତ୍?
ଇିଭିନ୍ନ ପ୍ରକାରର ଗୋଲାପ ରହିଛି । ସେଥିରୁ ଗୋଟେ ହେଉଛି ଗୋଲାପି ରଙ୍ଗ । ଏହି ଫୁଲର ଏକ ଭିନ୍ନ ପରିଚୟ ରହିଛି ।ଏହି ଗୋଲାପି ଫୁଲକୁ ଆପଣ ସେହି ବ୍ୟକ୍ତିଙ୍କୁ ଦେଇପାରିବେ ଯିଏ ଆପଣଙ୍କୁ ପ୍ରେରିତ କରୁଥିବେ । ଯେମିତିକି ଆପଣଙ୍କ ବନ୍ଧୁ, ପିତା, ଶିକ୍ଷକ ଆଦି । ଏହାବ୍ୟତିତ ଆପଣ ଯେଉଁ ବ୍ୟକ୍ତିଙ୍କୁ ଅଧିକ ପସନ୍ଦ କରୁଥିବେ ତାଙ୍କୁ ଏହି ଗୋଲାପ ଦେଇପାରିବେ ।
ସେହିପରି ଲାଲ ରଙ୍ଗର ଗୋଲାପ ହେଉଛି ପ୍ରେମର ପ୍ରତିକ । ରୋଜ ଡେ ରେ ଆପଣ ଆପଣଙ୍କ ପାର୍ଟନରଙ୍କୁ ଏହି ଗୋଲାପ ଦେଇ ପ୍ରେମ ନିବେଦନ କରିପାରିବେ ।
ବଜାରରେ ହଳଦିଆ ରଙ୍ଗର ଗୋଲାପ ଖୁବ୍ କମ୍ ମିଳିଥାଏ । ଏହି ଫୁଲ ସେହି ମାନଙ୍କୁ ଦିଆଯାଏ ଯିଏ ତୁମର ଘନିଷ୍ଠ ବନ୍ଧୁ ହୋଇଥିବ । ଏହି ଫୁଲ ହେଉଛି ବନ୍ଧୁତାର ପ୍ରତିକ । ଏହା ବନ୍ଧୁତ୍ୱର ଗଭୀରତାକୁ ଦର୍ଶାଇଥାଏ ।
ଅନ୍ୟପଟେ ଧଳା ରଙ୍ଗର ଗୋଲାପକୁ ଶାନ୍ତି ଏବଂ ପବିତ୍ରତାର ପ୍ରତିକ ବୋଲି କୁହାଯାଏ । ଏପରି କ୍ଷେତ୍ରରେ ଲୋକେ ସେମାନଙ୍କର ଶୁଦ୍ଧ ପ୍ରେମ ଦେଖାଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି । ଏହା ନୁହେଁ କି ଏହି ଫୁଲକୁ କେବଳ ଆପଣ ଆପଣଙ୍କ ପାର୍ଟନରଙ୍କୁ ହିଁ ଦେଇପାରିବେ ବରଂ ଜେଜେମା ବା ମାଙ୍କୁ ମଧ୍ୟ ଦେଇପାରିବେ ।