ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ବେଳେ ବେଳେ ଅନେକ ଲୋକଙ୍କ ଠାରେ କାନ୍ଧ ବିନ୍ଧା ସମସ୍ୟା ଦେଖାଯାଇଥାଏ । କାନ୍ଧ ବିନ୍ଧା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଆଘାତ ଲାଗିବା ଦ୍ୱାର କିମ୍ବା ଅତିରିକ୍ତ ପରିଶ୍ରମ କରିବା ଦ୍ୱାରା କାନ୍ଧ ଦରଜ ହୋଇଥାଏ । ଯଦି ଆପଣଙ୍କ କାନ୍ଧ କୌଣସି କାରଣରୁ ଫ୍ରିଜ୍ ହୋଇଯାଉଛି ତେବେ ତାକୁ ଫ୍ରୋଜନ ସୋଲ୍ଡର ବୋଲି କୁହାଯାଇଥାଏ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହା ମଧୁମେୟ ରୋଗର ଏକ ପ୍ରକାର ସଂକେତ ।
ମଧୁମେୟ ସମସ୍ୟା ଉପୁଜିବା ବେଳେ ଶରୀର ଫୁଲିବା, ଖୁବ୍ ମାତ୍ରାରେ ଭୋକ ଲାଗିବା ଆଦି ଅନୁଭବ ହୋଇଥାଏ । ଏହାସହିତ ସବୁଠୁ ବଡ କଥା ହେଲା କାନ୍ଧ ଫ୍ରିଜ୍ ହୋଇଗଲା ଭଳି ପରିସ୍ଥିତି ମଧ୍ୟ ହୋଇଥାଏ । ଫଳରେ ଅନେକ କଷ୍ଟ ମଧ୍ୟ ହୋଇଥାଏ । ଏହି ପରିସ୍ଥିତିରେ ଡାକ୍ତରଙ୍କ କହିବାନୁଯାୟୀ ଅଧିକ ସୁଗର ହାଡ ଉପରେ ପ୍ରଭାବ ପକାଇଥାଏ । ଏହାସହିତ ଅନିୟନ୍ତ୍ରିତ ମଧୁମେୟ କାନ୍ଧ ଫ୍ରିଜ୍ ଏବଂ ବିନ୍ଧା ହେବାର ବଡ କାରଣ ।
ଖାସ୍ କରି ଅଧିକ ବୟସର ଲୋକଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ । ଏଭଳି ସ୍ଥିତିରେ ଫ୍ରୋଜେନ୍ ସୋଲ୍ଡର ସମସ୍ୟାକୁ ବିଲକୁଲ୍ ଅଣଦେଖା କରନ୍ତୁ ନାହିଁ । ଯଦି ବାରମ୍ବାର ଏହି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ କରିବା ପରେ ହିଁ ନିଜ ଡାଇଟ୍ ପ୍ରତି ଧ୍ୟାନ ଦେବା ଆରମ୍ଭ କରି ଦିଅନ୍ତୁ । ସୁସ୍ଥକର ଖାଦ୍ୟର ଅଭ୍ୟାସ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିବ ।