ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକାଂଶ ଲୋକ ଇଶବଗୋଲକୁ ପେଟ ସଫା ରଖିବା ପାଇଁ ବ୍ୟବହାର କରିଥାନ୍ତି । ଇଶବଗୋଲରେ ଅଧିକ ମାତ୍ରାରେ ଜିଙ୍କ୍, କପର୍, ଏବଂ ମାଙ୍ଗାନିଜ୍ ଥାଏ । ଯାହା ପେଟକୁ ସଫା କରିବା ସହ କୋଷ୍ଟକୋଠିନ୍ୟ ସମସ୍ୟାକୁ ଦୂର କରିଥାଏ । କିନ୍ତୁ ଏହକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ଏନେଇ ବହୁତ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା..
– ଇଶବଗୋଲ ଭୁସି ରେ ବହୁ୍ତ ମାତ୍ରାରେ ଫାଇବର ଥାଏ, ଯାହା କୋଷ୍ଟକାଠିନ୍ୟ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ଦେଇଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ଫାଇବରର ମାତ୍ରା ଅଧିକ ହୋଇଯିବା ସହ ପେଟ ଫୁଲା ଏବଂ ଯନ୍ତ୍ରଣା ହୋଇଥାଏ ।
– ଯେଉଁ ବ୍ୟକ୍ତି କୌଣସି ରୋଗ ପାଇଁ ନିୟମିତ ଔଷଧ ସେବନ କରୁଥାନ୍ତି ଏବଂ ପେଟ ସମସ୍ୟା ହେବା ଦ୍ୱାରା ଇଶବଗୋଲ ଭୁସି ସେବନ କରିଥାନ୍ତି । ଏଭଳି କରିବା ଦ୍ୱାରା ଔଷଧ କାମ କରିନଥାଏ ।
– ଅଧିକ ମାତ୍ରାରେ ଇଶବଗୋଲ ସେବନ କରିବା ଦ୍ୱାରା ଶରୀରରେ ଥିବା ଜିଙ୍କ, କପର, ମାଙ୍ଗାନିଜ୍ ଏବଂ ମିନେରାଲ ଭଳି ତତ୍ୱ ମଳଦ୍ୱାର ଦେଇ ବାହାରକୁ ବାହାରି ଯାଇଥାଏ । ଯେଉଁଥି ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମଜୋର ହେବା ସହ ହାଡ ବିନ୍ଧା ହୋଇଥାଏ ।