ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାଦାମ ହେଉଛି ଏକ ସ୍ୱାଦିଷ୍ଟ ଡ୍ରାଏଫ୍ରୁଟସ୍ । ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ, ଫସ୍ଫୋରସ, ଭିଟାମିନ, ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟ ଆଦି ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ନିୟମିତ ୩ ରୁ ୪ଟି ବାଦାମ ଖାଉଛନ୍ତି ତେବେ ଏହାଦ୍ୱାରା ଶରିରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କିଛି ଲୋକଙ୍କ ପାଇଁ ବାଦାମ ସେବନ ହାନିକାରକ ହୋଇଥାଏ ।
– ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନୀତ ସମସ୍ୟା ଅଛି ତେବେ ବିଲକୁଲ ବାଦାମ ଖାଆନ୍ତୁ ନାହିଁ । ଯେଉଁ ଲୋକଙ୍କର କିଡନୀ ଷ୍ଟୋନ ବା ଗଲବ୍ଲାଡରରେ ସମସ୍ୟା ଅଛି ସେମାନଙ୍କ ପାଇଁ ମଧ୍ୟ ବାଦାମ ହାନିକାରକ ହୋଇଥାଏ ।
– ବାଦାମରେ ଭରପୁର ମାତ୍ରାରେ ଫାଇବର ଥାଏ । ସେଥିପାଇଁ ଅଧିକ ମାତ୍ରାର ବାଦାମ ଖାଇବା ଦ୍ୱାରା ପାଚନ କ୍ରିୟାରେ ସମସ୍ୟା ହୋଇଥାଏ ।
– ବାଦାମରେ ଭିଟାମିନ-ଇ ଭରପୁର ଥାଏ । ଯଦି ଆପଣ ଅଧିକ ମାତ୍ରାର ବାଦାମ ଖାଉଛନ୍ତି ତେବେ ଏହାଦ୍ୱାରା ମୁଣ୍ଡ ବ୍ୟଥା,ଥକାପଣ,ମାଇଗ୍ରେନ ସମସ୍ୟା ଆଦି ହେବାର ଆଶଙ୍କା ଥାଏ ।
– ଯଦି ଆପଣ କୌଣସି ରୋଗ ପାଇଁ ଆଣ୍ଟବାୟୋଟିକ ଔଷଧ ସେବନ କରୁଛନ୍ତି,ତେବେ ବିଲକୁଲ ବାଦାମ ଖାଆନ୍ତୁ ନାହିଁ । ଏହାଛଡା ଏସିଡିଟି ସମସ୍ୟା ବ୍ୟକ୍ତିଙ୍କ ପାଇଁ ବାଦାମ ହାନିକାରକ ହୋଇଥାଏ ।