ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗରମ ପାଣି ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ହୋଇଥାଏ ବୋଲି ଆପଣମାନେ ଜାଣିଥିବେ । ଅଧିକାଂଶ ଲୋକ ସକାଳୁ ଉଠି ଗରମ ପାଣି ପଇଥାନ୍ତି । ଏହାଦ୍ୱାରା ପାଚନ ଠାରୁ ନେଇ ଇମ୍ୟୁନିଟି ବଢାଇବାରେ ବହୁତ ଲାଭ ହୋଇଥାଏ ।
ଯେକୌଣସି ବି ଜିନିଷକୁ ଅତ୍ୟଧିକ ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସେହିପରି ଅଧିକ ମାତ୍ରାରେ ଗରମ ପାଇଁ ପିଇବା ଦ୍ୱାରା କିଛଇ ଦୁଷ୍ପ୍ରଭାବ ରହିଛି । ସେଥିପାଇଁ ଗରମ ପାଣି ପିଇବାର ଦୁଷ୍ପ୍ରଭାବ ବିଷୟରେ ଜାଣିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ଏବଂ ଦୁଷ୍ପ୍ରଭାବ ବିଷୟରେ ।
ଲାଭ:- ଏହା କୋଷ୍ଠକାଠିନ୍ୟକୁ ଦୂର କରିବାରେ ସହାୟକ କରିଥାଏ । ଆହୁରୀ ମଧ୍ୟ କୁହାଯାଏ କି ଗରମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ । ଶରୀରରେ ବିଷାକ୍ତ ପଦାର୍ଥ ରୁ ରକ୍ଷା ପାଇବା ପାଇଁ ଗରମ ପାଣି ଆପଣଙ୍କ ଶରୀରର ତାପମାତ୍ରାକୁ ଅସ୍ଥାୟୀ ରୂପେ ବଢାଇଥାଏ । ତାପମାତ୍ରା ବୃଦ୍ଧି ପାଇଁ ଶରୀରରୁ ଝାଳ ବୋହିଥାଏ । ଏଭଳି ଭାବେ ତ୍ୱଚାକୁ ପ୍ରାକୃତିକ ରୂପେ ପୋଷଣ ମିଳିଥାଏ । ଏହାସହିତ ଚିନ୍ତାରୁ ମୁକ୍ତି କରିଥାଏ ଗରମ ପାଣି ।
ଦୁଷ୍ପ୍ରଭାବ:- ଅତ୍ୟଧିକ ପାଣି ପିଇବା ଦ୍ୱାରା ଶରୀରରେ ପାଣିର ଏକାଗ୍ରତାରେ ଅସୁନ୍ତଳନ ହୋଇପାରେ । ଏହାସହିତ ଅଧିକ ଗରମ ପାଣି ପିଇବା ଦ୍ୱାରା ମୁହଁରୁ ଛାଲ ବାହାରିବା ସହ ଅଲ୍ସର ବି ହୋଇପାରେ ।