ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଟୁଥପେଷ୍ଟରେ ବ୍ରଶ କରୁଥିବେ ନିଶ୍ଚିତ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଟୁଥପେଷ୍ଟ ଦ୍ୱାରା ଆପଣଙ୍କୁ ମଧୁମେୟ ରୋଗ ହେବାର ଆଶଙ୍କା ଥାଏ । ଅଜ୍ଞା ହଁ, ନିକଟରେ ହୋଇଥିବା ଏକ ଗବେଷଣାର ରିପୋର୍ଟ ମୁତାବକ, ଏଭଳି ଏକ ସାଧାରଣ ରାସାୟନିକ ତତ୍ୱ ରହିଛି । ଯାହା ଖାଦ୍ୟ, ଔଷଧ ଏବଂ ଟୁଥପେଷ୍ଟରେ ରହିଥାଏ । ଏହି ରାସାୟନିକ ତତ୍ୱ ଯୋଗୁଁ ଟାଇପ୍-ଟୁ ଡାଇବେଟିସ ହେବାର ଆଶଙ୍କା ରହିଥାଏ ।
ଏହି ରାସାୟନିକ ତତ୍ୱର ନାମ ହେଉଛି ଟାଇଟୋନିୟମ ଡାଇଅକ୍ସାଇଡ୍ । ଯାହା ଖାଦ୍ୟ ସହିତ କସ୍ମେଟିକ୍ ରେ ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । କିନ୍ତୁ ବୈଜ୍ଞାନିକଙ୍କ ଅନୁସାରେ ଏହି ରାସାୟନିକ ତତ୍ୱ ଖରାପ ଅଟେ । ଟେକ୍ସାସ ୟୁନିଭରସିଟିର ଗବେଷଣାରୁ ଜାଣିବାକୁ ମିଳିଲା ଯେ ଏହି ରାସାୟନିକ ତତ୍ୱରେ ହ୍ୱାଇଟ୍ କଲରିଂ ଏଲିମେଣ୍ଟ ଥାଏ । ଯାହା ଟୁଥପେଷ୍ଟରେ ମିଶି ଦାନ୍ତକୁ ଚମକାଇବାରେ ସାହାର୍ଯ୍ୟ କରିଥାଏ । କିନ୍ତୁ ଏହି ଏଲିମେଣ୍ଟ ଟାଇପ-ଟୁ ଡାଇବେଟିସ୍ ର ମୁଖ୍ୟ ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କର ଟାଇପ୍-ଟୁ ଡାଇବେଟିସ ଅଛି ସେମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ସେଥିରୁ ଜାଣିବାକୁ ମିଳିଲା ଯେ ଟୁଥପେଷ୍ଟ ରେ ଥିବା ଏହି ଏଲିମେଣ୍ଟ ଶରୀରର ଧଳା ରକ୍ତ କଣିକାକୁ ନଷ୍ଟ କରି ଦେଇଥାଏ । ଏବଂ ଶକ୍ତିଶାଳୀ କଣିକାକୁ ମାରି ଶରୀରର ଅଙ୍ଗକୁ ଫୁଲାଇ ଦେଇଥାଏ ।