ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାଣିର ସମସ୍ୟା ଦେଖାଦେଉଛି । ଯାହାଫଳରେ ଲୋକମାନେ ଅନେକ ରୋଗର ଶିକାର ହୋଇଛନ୍ତି । ଶୁଦ୍ଧ ପାଣିର ବ୍ୟବହାର ନିମନ୍ତେ ଅନେକ ଲୋକ ଘରେ ୱାଟର ପିଉରିଫାୟର ଲଗାଉଛନ୍ତି । କିନ୍ତୁ ଏବେ ପାଣିକୁ ଶୁଦ୍ଧ କରିବା ପାଇଁ ଏଭଳି ଏକ ଉପାୟ ବାହାରିଛି ଯାହାକୁ ଆପଣାଇଲା ପରେ ପାଣି ସମ୍ପୂର୍ଣ୍ଣ ସୁଧ ହୋଇଯିବ । ସେଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି ।
ଏକ ଗବେଷଣାରୁ ବୈଜ୍ଞାନିକମାନେ ଏକ ଉପାୟ ଖୋଜି ବାହାର କରିଛନ୍ତି । ଯାହାଦ୍ୱାରା ବିଶୁଦ୍ଧ ପାଣି ଶୁଦ୍ଧରେ ପରିଣତ ହୋଇଯିବ । ଆଜ୍ଞା ହଁ ଅଧ୍ୟନରୁ ଜାଣିବାକୁ ମିଳିଛି ଯେ ସଜନା ମଞ୍ଜିକୁ ପାଣି ଶୁଦ୍ଧ କରିବା ପାଇଁ ବ୍ୟବହାର କରିପାରିବେ । ଏବଂ ଏହା ବିକାଶଶୀଳ ଦେଶରେ କମ୍ ଟଙ୍କାରେ ଅନେକ ଲୋକଙ୍କୁ ସହାୟକ ହୋଇପାରିବ ।
ଆମେରିକାର କାରନେଗି ମେଲେନ ବିଶ୍ୱବିଦ୍ୟାଳୟର ଗବେଷକମାନେ ପାଣିକୁ ଶୁଦ୍ଧ କରିବା ପାଇଁ ଏକ ଶସ୍ତା ଉପାୟ ଖୋଜି ବାହାର କରିଛନ୍ତି । ଏହି ସଜନା ମଞ୍ଜି ପ୍ରଯୋଗକୁ ବୈଜ୍ଞାନିକ ହିସାବରେ ‘ଏଫ-ସ୍ୟାଣ୍ଡ’ ବୋଲି କୁହାଯାଉଛି । ଏବେ ଗବେଷକମାନେ ପରୀକ୍ଷା କରିବାରେ ଲାଗିପଡିଛନ୍ତି କି ଏହି ଉପାୟ ଦ୍ୱାରା କେତେ ପରିମାଣର ପାଣି ଶୁଦ୍ଧ ହୋଇପାରିବ ଏବଂ ଲୋକମାନେ ରୋଗରୁ ରକ୍ଷା ପାଇପାରିବେ ।