ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି କାଲି ସ୍ମାର୍ଟ ଫୋନ ଆମ ନିତ୍ୟ ବ୍ୟବହାର ହେଉଥିବା ଜିନିଷ ମାନଙ୍କ ମଧ୍ୟରୁ ଏକ ପ୍ରମୁଖ ଜିନିଷ । ଯାହାକୁ ବାଦ ଦେଲେ ଏକ ଘଣ୍ଟା ବି ରହିବା ମଣିଷ ପାଇଁ ଅସମ୍ଭବ ହୋଇ ପଡୁଛି । ହେବା ବି ସ୍ୱାଭାବିକ । କାରଣ ସ୍ମାର୍ଟ ଆମର ସମସ୍ତ କାମକୁ ସହଜ ଓ ସରଳ କରି ଦେଉଛି । ଗୋଟିଏ ଟଚରେ ଗାଁରୁ ଗ୍ଲୋବ ସବୁ ଆମ ହାତ ମୁଠାରେ । ହେଲେ ଆମେ ଜାଣିନେ ଆମେ ବ୍ୟବହାରେ କରୁଥିବା ସ୍ମାର୍ଟ ଫୋନ ଆମ ସ୍ୱାସ୍ଥ୍ୟ ପକ୍ଷେ କେତେ ହାନି କାରକ ।
୧. ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କଲେ ବଢେ ମାନସିକ ଅଶାନ୍ତି ।
୨. ଏକାଗ୍ରତା ନଷ୍ଟ କରେ ।
୩. ଅଧିକ ସମୟ ମୋବାଇଲ ଦେଖିବା ଦ୍ୱାରା ମୁଣ୍ଡ ବିନ୍ଧା ପରି ମାରାତ୍ମକ ରୋଗ ହୋଇଥାଏ ।
୪. ସେହିଭଳି ଆଜି କାଲି ସ୍ମାର୍ଟ ଫୋନ ହେବା ଅଧିକ ବ୍ୟବହାର ଦ୍ୱାରା ପିଲାମାନେ ଖେଳ କୁଦ ଠାରୁ ମୁହଁ ଫେରାଇ ଆଣିଲେଣି । ଯାହା ଫଳରେ ଶାରିରୀକ ଅସୁସ୍ଥତା ବେଶି ଦେଖା ଦେଉଛି ।
୫. ସେହିଭଳି ଅଧିକ ସୋଶାଲ ମିଡିଆ ଉପରେ ଭରଷା କରିବା ଦ୍ୱରା ବେଳେ ବେଳେ ଭୁଲ ଖବରକୁ ଲୋକମାନେ ବିଶ୍ୱାସକୁ ନେଇ ଯାଉଛନ୍ତି ।