ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅଧିକାଂଶ ଲୋକ ଖାଦ୍ୟ ଜିନିଷ ରାନ୍ଧିକି ବା କଞ୍ଚା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ କିଛି ଜିନିଷ ଏଭଳି ରହିଛି ଯାହାକୁ ଭିଜାଇ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ ।
କୁହାଯାଏ କି ସେହି ଜିନିଷକୁ ଭିଜାଇବା ଦ୍ୱାରା ତାହା ଫାଇଟିକ ଏସିଡକୁ କମ କରିଥାଏ ଏବଂ ପ୍ରୋଟିନ, ଆୟରନ,ଜିଙ୍କ ଏବଂ କ୍ୟାଲସିୟମ ଭଳି ମହତ୍ୱପୂର୍ଣ୍ଣ ପୋଷକ ତତ୍ୱ ଏବଂ ଖଣିଜର ଅବଶୋଷଣରେ ସୁଧାର ଆଣିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଭିଜାଇ ଖାଇବା ଉଚିତ୍ ।
ମେଥି:- ଏଥିରେ ପ୍ରୋଟିନ୍, ଫ୍ୟାଟ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଆୟରନ୍, ଫାଇବର, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ, ସୋଡିୟମ, ଜିଙ୍କ, ଭିଟାମିନ୍ ସି, ଥାୟାମିନ୍, ଭିଟାମିନ୍-ବି୬, ଭିଟାମିନ୍ ଏ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଫାଇବର ଭଳି ପୋଷକ ତତ୍ୱ ମିଳିଥାଏ । ଏହାକୁ ସେବନ କରିବା ଦ୍ୱାରା ଅନ୍ତନଳୀ ସଫା ରହିଥାଏ । ମଧୁମେହ ରୋଗୀ ପାଇଁ ମଧ୍ୟ ମେଥିଦାନା ଫାଇଦା ହୋଇଥାଏ । ଏହାସହିତ ଏହାଦ୍ୱାରା ମହିଳାଙ୍କ ଋତୁଶ୍ରାବରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ ।
କିସମିସ୍:- ଏଥିରେ କ୍ୟାଲସିୟମ, ଆୟରନ, ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି । ଯାହା ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଭିଜା କିସମିସ୍ କୁ ନିୟମିତ ସେବନ କରିବା ଦ୍ୱାରା ତ୍ୱଚା ସୁସ୍ଥ ଏବଂ ଚମକଦାର ହୋଇଥାଏ । ଏହାସହିତ ଶରୀରରୁ ଆୟରନ ଅଭାବ ଦୂର ହୋଇଥାଏ ।
ପେଶୁ:- ଏଥିରେ ଥାଇମିନ୍, ଭିଟାମିନ୍ ବି୫, ନାଇସିନ୍, ରାଇବୋଫ୍ଲୋବିନ୍ ଏବଂ ଭିଟାମିନ୍-ସି ସହିତ ଓମେଗା ୩ ଫ୍ୟାଟି ଏସିଡ, ଭିଟାମିନ୍ ବି ୧, ପ୍ରୋଟିନ୍, ଫାଇବର ଭଳି ପୋଷକ ତତ୍ୱ ମିଳିଥାଏ ।ଏହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ମୁଗ:- ଏଥିରେ ପ୍ରୋଟିନ, ଫାଇବର ଏବଂ ଭିଟାମିନ୍ ବି ଭରପୁର ମାତ୍ରାରେ ରହିଛି । ଏହାକୁ ନିୟମିତ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏହାସହିତ ମୁଗରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ମଧ୍ୟ ଭରପୁର ମାତ୍ରାରେ ରହିଛି । ଯେଉଁଥିପାଇଁ ଉଚ୍ଚରକ୍ତଚାପ ରୋଗୀଙ୍କୁ ନିୟମିତ ଭିଜା ମୁଗ ସେବନ କରିବା ପାଇଁ କୁହାଯାଇଥାଏ ।
କଳାଚଣା:- ଏଥିରେ କାର୍ବୋହାଇଡ୍ରେଟ, ପ୍ରୋଟିନ୍, ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ ଏବଂ ଭିଟାମିନ୍ ଏ, ବି, ସି, ଡି ଭରପୁର ମାତ୍ରାରେ ରହିଛି । ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ ହେବା, ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିବା, ଓଜନ ହ୍ରାସ, ରକ୍ତ ଅଭାବ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ ।
ପିସ୍ତା ବାଦାମା:- ଏଥିରେ ମ୍ୟାଗ୍ନେସିୟମ ରହିଛି, ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଫାଇଦା ହୋଇଥାଏ । ଅନେକ ଗବେଷଣାରେ ଜାଣିବାକୁ ମିଳିଛି କି, ନିୟମିତ ରୂପେ ଭିଜା ବାଦାମ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ମାତ୍ରା କମ ହୋଇଥାଏ ।