ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସୁସ୍ଥ ରହିବା ପାଇଁ ବାଦାମ ରାତିରେ ଭିଜାଇ ସକାଳେ ଖିଆଯାଏ । ତେବେ ଯଦି ଆପଣ ବାଦାମ ପରିବର୍ତ୍ତେ ଚିନାବାଦାମକୁ ରାତିରେ ଭିଜାଇ ଖାଇବେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ । ସୁସ୍ଥ ରହିବା ପାଇଁ ରାତିରେ ଚିନାବାଦାମକୁ ଭିଜାଇ ସକାଳେ ଖାଆନ୍ତୁ । ଭିଜା ଭିଜା ହୋଇଥିବା ଚିନାବାଦାମକୁ ପ୍ରତିଦିନ ଖାଇବା ଉଚିତ ଏହା ଅପାଣଙ୍କୁ ସୁସ୍ଥ ରଖିବା ସହ ଫିଟ ମଧ୍ୟ ରଖିବାରେ ସାହାର୍ଯ୍ୟ କରିବ । ଚିନାବାଦାମ ପୁଷ୍ଟିକର ଉପାଦାନରେ ଭରପୂର ଅଟେ ।
ତେବେ ଆସନ୍ତୁ ଜାଣିବା ଭିଜା ଚିନାବାଦାମ ଖାଇବା ଫଳରେ କେଉଁ ସମସ୍ୟାରୁ ଦୂର ହୋଇଥାଏ ।
– ଭିଜାଇଥିବା ଚିନାବାଦାମ ଖାଇବା ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ହୃଦ ରୋଗୀମାନେ ପ୍ରତିଦିନ ଭିଜାଇଥିବା ଚିନାବାଦାମ ଖାଇବା ଉଚିତ ।
– ସକାଳେ ଭିଜାଯାଇଥିବା ଚିନାବାଦାମ ଖାଇବା ଦ୍ୱାରା ଗ୍ୟାସ ଏବଂ ଅମ୍ଳତା ସମସ୍ୟା ଦୂର ହୁଏ । ପୋଟାସିୟମ, ମାଙ୍ଗାନିଜ୍, ତମ୍ବା, କ୍ୟାଲସିୟମ୍, ଆଇରନ୍, ଏବଂ ସେଲେନିୟମ୍ ପ୍ରଚୁର ପରିମାଣରେ ଭିଜାଯାଇଥିବା ଚିନାବାଦାମରେ ମିଳିଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ କରିଥାଏ ।
– ଗଣ୍ଠ ଜନିତ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଭିଜାଯାଇଥିବା ଚିନାବାଦାମ ଖାଇବା ଉଚିତ । ଭିଜି ଥିବା ଚିନାବାଦାମ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
– ସେହିପରି ପିଠି ଯନ୍ତ୍ରଣା ଜନିତ ସମସ୍ୟାକୁ ଦୂର କରିବା ପାଇଁ ଭିଜି ଥିବା ଚିନାବାଦାମକୁ ପ୍ରତିଦିନ ସକାଳେ ଖାଇବା ଉଚିତ୍ । ଭିଜି ଥିବା ଚିନାବାଦାମ ଖାଇବା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
– ଭିଜାଇଥିବା ଚିନାବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ରତିଦିନ ସକାଳେ ଭିଜା ଯାଇଥିବା ଚିନାବାଦାମ ଖାଇବା ଦ୍ୱାରା ସ୍ମରଣ ବୃଦ୍ଧି ପାଇଥାଏ । ଭିଜି ଥିବା ଚିନାବାଦାମରେ ଅନେକ ଔଷଧୀୟ ଗୁଣ ରହିଛି ଯାହା କର୍କଟ କୋଷର ବୃଦ୍ଧିକୁ ରୋକିବାରେ ସହାୟକ ହୋଇଥାଏ । ପ୍ରତିଦିନ ଭିଜି ଥିବା ଚିନାବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।
– ଭିଜା ଚିନାବାଦାମ ଖାଇବା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ସୁସ୍ଥ ଚର୍ମ ପାଇଁ ପ୍ରତିଦିନ ସକାଳେ ଭିଜାଇଥିବା ଚିନାବାଦାମ ସେବନ କରନ୍ତୁ ।
– ଶରୀରରେ ରକ୍ତ ଅଭାବକୁ ଭିଜାଇଥିବା ଚିନାବାଦାମ ଖାଇବା ଦ୍ୱାରା ମଧ୍ୟ ଦୂର କରାଯାଇପାରିବ । ରକ୍ତହୀନତା ରୋଗୀମାନେ ପ୍ରତିଦିନ ଭିଜାଇଥିବା ଚିନାବାଦାମ ଖାଇବା ଉଚିତ୍ ।
– ଭିଜାଇଥିବା ଚିନାବାଦାମ ଖାଇବା ମଧ୍ୟ ଆଖି ପାଇଁ ଲାଭଦାୟକ ଅଟେ । ପ୍ରତିଦିନ ଭିଜାଇଥିବା ଚିନାବାଦାମ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ଉଜ୍ଜ୍ୱଳ ହୋଇଥାଏ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024