ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନକୁ ଦିନ ଖରା ତାପ ବଢିବାରେ ଲାଗିଛି । ଖରାରେ ଲୋକେ ଡହଳବିକଳ ହୋଇ ପଡୁଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଥଣ୍ଡା ପାନୀୟ ଜଳ ପିଇଥାନ୍ତି । ଏତଦ୍ ବ୍ୟତୀତ ରାସ୍ତା କଡରେ ମିଳୁଥିବା ଦହି ପଣା,ବେଲ ପଣା, ପୁଦିନା ପାଣି ଏବଂ ଆଖୁ ରସ ଇତ୍ୟାଦି ଲୋକଙ୍କୁ ଆରମ ଦେଇଥାଏ । ଏହି ଥଣ୍ଡା ପାନୀୟ ମଧ୍ୟରୁ ଆଖୁ ରସକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହା ଶରୀର ପାଇଁ ଲାଭଦାୟକ ଅଟେ । ଏହା କେବଳ ଶରୀରକୁ ଥଣ୍ଡା କରିନଥାଏ । ବରଂ ବିଭିନ୍ନ ରୋଗ ହେବାରୁ ରକ୍ଷା କରିଥାଏ । ଆଖୁରସରେ ମିନେରାଲ, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ଥାଏ । ଯାହା ଶରୀରକୁ ଖୁବ୍ ଲାଭ ଦେଇଥାଏ ।
– କେବଳ ଖରାଦିନେ ନୁହେଁ ଶୀତ ଦିନରେ ମଧ୍ୟ ଆଖୁରସ ଶରୀର ପାଇଁ ଉପକାରୀ ହୋଇଥାଏ । ଏହା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଦୂର ହୁଏ । ସୌନ୍ଦର୍ଯତା ବୃଦ୍ଧି ଏବଂ ବ୍ରଣ ଦୂର କରିବାରେ ମଧ୍ୟ ଆଖୁରସ ସହାୟତା ହୋଇଥାଏ ।
– ଜଣ୍ଡିସ ରୋଗୀଙ୍କ ପାଇଁ ଆଖୁରସ ଅନେକ ଫାଇଦା ଦେଇଥାଏ । ଯଦି ଆପଣ ଜଣ୍ଡିସ ରୋଗୀ ତାହାଲେ ଆପଣ ଆଖୁ ରସରେ ଲେମ୍ବୁ ଏବଂ ଲୁଣ ମିଶାଇ ପିଅନ୍ତୁ । ଏହାଦ୍ୱାରା ଜଣ୍ଡିସ ଦୂର ହୋଇଥାଏ ।
– ମଧୁମେୟ ରୋଗୀଙ୍କ ପାଇଁ ଆଖୁ ରସ ଖୁବ୍ ଉପକାରୀ । ଏହା ରକ୍ତର ଗ୍ଲୁକୋଜ ମାତ୍ରାକୁ ସମାନ ରଖିଥାଏ । ଏହା ଆପଣଙ୍କ ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ ।
– ଯଦି ଆପଣଙ୍କର ବାନ୍ତି ହେଉଛି ତେବେ ଗୋଟେ ଗ୍ଲାସ ଆଖୁରସରେ ମହୁ ମିଶାଇ ପିଅନ୍ତୁ । ବାନ୍ତି ବନ୍ଦ ହୋଇଯିବ ।
– କର୍କଟ ରୋଗରୁ ରକ୍ଷା କରିବାରେ ମଧ୍ୟ ଆଖୁ ରସ ଖୁବ୍ ସହାୟକ ହୋଇଥାଏ ।