ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ସମୟରେ ଶରୀରରେ ରକ୍ତ ଅଭାବ ଏକ ସାଧାରଣ କଥା ହୋଇଯାଇଛି । ସେତେବେଳେ ଶରୀରରେ ରକ୍ତ ଅଭାବ ହୋଇଥାଏ ଯେତେବେଳେ ଲାଲ ରକ୍ତ କଣିକା ସଂଖ୍ୟା କମିଯାଏ । କିଛି ଲୋକ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦିଅନ୍ତି ନାହିଁ । ସେହିପରି କିଛି ଲୋକ ଦୀର୍ଘ ଦିନରୁ ରୋଗାଗ୍ରସ୍ତ ରହିଥାନ୍ତି ସେମାନଙ୍କଠାରେ ମଧ୍ୟ ରକ୍ତର ଅଭାବ ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଶରୀରରେ ରକ୍ତ ଅଭାବର ଲକ୍ଷଣ ।
ଲକ୍ଷଣ: ଅଧିକ ଥକାପଣ ଅନୁଭବ ହେବା, ନିଶ୍ୱାସ ନେବାରେ ସମସ୍ୟା, ହୃଦ ସ୍ପନ୍ଦନରେ ଅସାମାନ୍ୟ, ମୁଣ୍ଡ ବ୍ୟଥା, ତ୍ୱଚା ହଳଦିଆ ପଡିବା, ଅଲ୍ସର ଆଦି ।
ଉପଚାର:
କିସମିସ: ୧୦ ରୁ ୧୨ ଟି କିସମିସକୁ ଧୋଇକି ପାଣିରେ ଫୁଟାନ୍ତୁ । ଦିନରେ ଦୁଇଥର ଏହି ପାଣି ପିଇବା ଦ୍ୱାରା ଫାଇଦା ମିଳିବ ।
ପାଳଙ୍ଗ; ପାଳଙ୍ଗ ସେବନ କରି ଆପଣ ଆପଣଙ୍କ ଶରୀରର ରକ୍ତ ଅଭାବକୁ ଦୂର କରି ପାରିବେ ।
ଟମାଟର: ଶରୀର ପାଇଁ ବେଶ ଉପଯୋଗୀ ଟମାଟର । ଏହା ଶରୀରରେ ରକ୍ତକୁ ବଢାଇବାରେ ସହାୟକ ହୋଇଥାଏ ।
ବିଟ୍: ଶରୀର ପାଇଁ ଉପଯୋଗୀ ବିଟ୍ । ଆପଣ ଏହାକୁ ଜୁସ୍ କରି ବା ସାଲାଡ ରୂପେ ସେବନ କରି ପାରିବେ ।
ସେଓ: ନିୟମିତ ରୂପେ ସେଓ ସେବନ କରିବା ଦ୍ୱାରା ଶରୀରରେ ରକ୍ତର ପୂର୍ତ୍ତି ହୋଇଥାଏ । ଗୋଟେ ସପ୍ତାହ ପରେ ହିଁ ଆପଣଙ୍କୁ ଏହାର ଫାଇଦା ଜଣାପଡିଥାଏ ।