ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ବ୍ୟକ୍ତି ନିଜ ଶରୀରର ଧ୍ୟାନ ନେବାକୁ ଭୁଲି ଯାଉଛନ୍ତି । ଖରାପ ଅଭ୍ୟସ୍ତ ଯୋଗୁଁ ଚିନ୍ତାଗ୍ରସ୍ତ ଭଳି ରୋଗ ମାନସିକ ରୂପେ ଦୁର୍ବଳ କରାଇ ଦେଇଥାଏ । ଏହାର ଖରାପ ପ୍ରଭାବ ଆପଣଙ୍କ ମସ୍ତିସ୍କରେ ପଡିଥାଏ । ଯାହା ବିଷୟରେ ଜାଣିବା ଆପଣଙ୍କର ନିହାତି ଆବଶ୍ୟକ । ଏଥିପାଇଁ ଆପଣ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ମଧ୍ୟ ହୋଇ ପାରନ୍ତି । ଯାହା ଆପଣଙ୍କ ଜୀବନ ପ୍ରତି ବିପଦ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ସଂକେତ ।
– ପ୍ରବଳ ମାତ୍ରାରେ ମୁଣ୍ଡ ବ୍ୟଥା ହେବା: ପ୍ରାୟତଃ ଅନେକ ବ୍ୟକ୍ତିଙ୍କରେ ଅଫିସରେ କାମ କରିବା ସମୟରେ ପ୍ରବଳ ଜୋରରେ ମୁଣ୍ଡ ବିନ୍ଧା ହୋଇଥାଏ । ଏହାକୁ ଆପଣ ବିଲକୁଲ୍ ଅଣଦେଖା କରନ୍ତୁ ନାହିଁ । କାରଣ ଏଭଳି ମୁଣ୍ଡ ବ୍ୟଥା ଯଦି ଦିନେ ଅଧେ ହେଉଥାଏ, ତେବେ ତାହା ସାଧାରଣ ମୁଣ୍ଡ ବ୍ୟଥା । ଯଦି ବାରମ୍ବାର ବାରମ୍ବାର ଏଭଳି ମୁଣ୍ଡ ବ୍ୟଥା ହେଉଥାଏ ତେବେ ଆପଣଙ୍କୁ ସଚେତନ ରହିବା ଉଚିତ୍ । ସେଥିପାଇଁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହା ବ୍ରେନ୍ ଷ୍ଟ୍ରୋକ୍ ର ସଂକେତ ହୋଇପାରେ ।
– ଶରୀରର ଅଙ୍ଗ ବଧୀରା ହେବା: ବେଳେବେଳେ ଶରୀରର କିଛି ଅଂଶ ବଧୀରା ହୋଇ ଯାଇଥାଏ । ଏଭଳି ସ୍ଥିତିକୁ ବି ଅଣଦେଖା କରିବା କଥା ନୁହେଁ । ଏଭଳି ସ୍ଥିତିରେ ଆଖି ବଙ୍ଗା ହୋଇ ଯାଇଥାଏ । ଯଦି ଆପଣଙ୍କ ଶରୀରରେ ଏଭଳି ସଂକେତ ଦେଉଥାଏ ତେବେ ତୁରନ୍ତ ସଜାଗ ହୋଇ ଯାଆନ୍ତୁ । ଏହା ବ୍ରେନ୍ ଷ୍ଟ୍ରୋକର କାରଣ ହୋଇପାରେ ।
– ଭଲ ଭାବେ ନ ଦେଖା ଯିବାର ସମସ୍ୟା: ବ୍ରେନ୍ ଷ୍ଟ୍ରୋକ୍ ହେବା ପୂର୍ବରୁ ଠିକ୍ ଭାବେ ଦେଖାଯାଏ ନାହିଁ । ଫଳରେ ସବୁଆଡେ ଅନ୍ଧାର ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ । ମସ୍ତିସ୍କରେ ସମସ୍ୟା ହେବା ଦ୍ୱାରା ହିଁ ଏହି ସ୍ଥିତି ଉପୁଜି ଥାଏ ।