ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦେଶରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ବା ରୀତି-ନୀତି ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଇଣ୍ଡୋନେସିଆର ଏଭଳି ଏକ ରୀତି-ନୀତି ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏବଂ କହିବେ ସତରେ କଣ ଏଭଳି ହୁଏ ।
ପ୍ରକୃତରେ ଇଣ୍ଡୋନେସିଆରେ ଟିଡଙ୍ଗ ସମ୍ପ୍ରଦାୟର ଲୋକ ଅଛନ୍ତି । ସେମାନଙ୍କର ବିବାହ ରୀତି-ନୀତି ସବୁଠି ନିଆରା ଏବଂ ଭିନ୍ନ । ଏଠାରେ ବର-ବଧୂଙ୍କୁ ବିବାହର ତିନି ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବାର ଅନୁମତି ନାହିଁ ।
ସେଠାକାର ଲୋକଙ୍କ କହିବାନୁଯାୟୀ, ବର-ବଧୂ ଖୁବ୍ ପବିତ୍ର ହୋଇଥାନ୍ତି । ସେଥିପାଇଁ ଯଦି ବିବାହର ତିନି ଦିନ ଭିତରେ ବର-ବଧୂ ଶୌଚାଳୟ ଯାଆନ୍ତି ତେବେ ସେମାନଙ୍କ ପବିତ୍ରତା ଭଙ୍ଗ ହୋଇଯାଇଥାଏ । ଯାହାଫଳରେ ଉଭୟ ଅଶୁଦ୍ଧି ହୋଇ ଯାଇଥାନ୍ତି । ବିବାହର ୩ ଦିନ ଯାଏଁ ବର-ବଧୂର ଯେପରି ଶୌଚାଳୟ ନଯିବେ ସେଥିପାଇଁ ସେମାନଙ୍କ ଉପରେ ଘର ଲୋକଙ୍କର କଡା ନଜର ରହିଥାଏ । ଯଦି ବର-ବଧୂ ଏହି ପ୍ରଥା ଭାଙ୍ଗନ୍ତି ତେବେ ତାଙ୍କ ବିବାହ ଭାଙ୍ଗି ଯିବ ବୋଲି ବିଶ୍ୱାସ ରହିଛି ।