ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ନିଜ ଶରୀର ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ । ଖାସ୍ କରି ଇମ୍ୟୁନ ସିଷ୍ଟମକୁ ମଜବୁ୍ ରଖିବା । ଇମ୍ୟୁନ ମଜବୁତ କରିବା ପ୍ରକ୍ରିୟାରେ ଭିଟାମିନ୍ ସି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶରୀରରେ ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ପାଇଁ ଲୋକେ ଅନେକ ଉପାୟମାନ ଆପଣାଉଛନ୍ତି । କିନ୍ତୁ ଆପଣ ଆପଣଙ୍କ ଖାଦ୍ୟୋ ନିଶ୍ଚିତ ରୂପେ ଭିଟାମିନ ସି ଯୁକ୍ତ ଫଳ ସାମିଲ କରିବା ଉଚିତ୍ । ଏହା ଆପଣଙ୍କ ଶରୀରରେ ଇମ୍ୟୁନିଟି ବଢାଇବାର କାମ କରିବ ଏବଂ ଅନେକ ରୋଗକୁ ମଧ୍ୟ ରୋକିବ ।
କମଳା:- ଏଥିରେ ଭିଟାମିନ୍ ଏ,ବି, ସି, ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଆଦି ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଛି । ଖରାଦିନେ ଏହା ଶରୀରର ଅତ୍ୟାବଶକୀୟ ଜଳକୁ ପୁଷ୍ଟିକର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାଦ୍ୱାରା କମଳା ସେବନ ଦ୍ୱାରା ଖରା ପାଇଁ ହେଉଥିବା ଅନେକ ରୋଗ ଦୂର ହୋଇଥାଏ ।
ଆମ:- ଖରାଦିନ ବଜାରରେ ଆମ୍ବ ଉପଲବ୍ଧ ହୋଇଥାଏ । ଆମ୍ବରେ ଭିଟାମିନ ଏ, ସି, ଆୟରନ, କପର, ପୋଟାସିୟମ ଭରୁର ମାତ୍ରାରେ ରହିଛି । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଅନେକ ରୋଗରୁ ରକ୍ଷା ମିଳିଥାଏ । ସେଥିପାଇଁ ନିୟମିତ ଆମ୍ବ ସେବନ କରିବା ଉଚିତ୍ ।
ଅଙ୍ଗୁର- ଅଙ୍ଗୁରରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି ସହିତ ବହୁ ପରିମାଣର ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଥାଏ । ଏହା ବ୍ୟତୀତ, ଏଥିରେ ଫ୍ଲାଭୋନାଏଡ୍ ନାମକ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଲେମ୍ବୁ- ଥାୟାମିନ୍, ନିୟାସିନ୍, ରାଇବୋଫ୍ଲାଭିନ, ଭିଟାମିନ୍ ବି ୬, ଭିଟାମିନ୍ ଇ ଏବଂ ଫୋଲେଟ୍ ବ୍ୟତୀତ ଲେମ୍ବୁରେ ମଧ୍ୟ ଅନେକ ଭିଟାମିନ୍ ସି ଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଏବଂ ଅନେକ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ । ଆପଣ ସାଲାଡ କିମ୍ବା ପାଣି ମିଶାଇ ଏହାକୁ ବ୍ୟବହାର କରିପାରିବେ ।
ଟମାଟୋ- ଟମାଟୋରେ ପର୍ୟ୍ୟାପ୍ତ ପରିମାଣର ଭିଟାମିନ୍ ସି, ଲାଇକୋପିନ୍, ଭିଟାମିନ୍, ପୋଟାସିୟମ୍ ମିଳିଥାଏ । ପ୍ରତିଦିନ ଖାଲି ପେଟରେ ଟମାଟୋ ଖାଇବା ପ୍ରଭାବଶାଳୀ । ଏହାକୁ ସାଲାଡ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।