ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାଧାରଣତଃ ଆମେ ଅଦାକୁ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ । ଚା’ଠାରୁ ଆରମ୍ଭ କରି ତରକାରୀ ପର୍ଯ୍ୟନ୍ତ । ବେଳେ ବେଳେ କିଛି ଲୋକ ଖାଲି ପାଟିରେ ଅଦା ଖାଇଥାନ୍ତି । ଆୟରନ, କ୍ୟାଲସିୟମ, ଆୟୋଡିନ, କ୍ଲୋରିନ ଏବଂ ଭିଟାମିନ୍ ରେ ଭରପୁର ଅଦାରେ ଅନେକ ପୋଷକ ତତ୍ୱର ଭଣ୍ଡାର ରହିଛି । ଏହି ଅଦାରେ ଆର୍ୟୁବେଦିକର ବହୁତ ଗୁଣ ରହିଛି । ଆପଣମାନେ ସମସ୍ତେ ଏହାର ଫାଇଦା ବିଷୟରେ ଜାଣିଥିବେ କିନ୍ତୁ କିଛି ଲୋକଙ୍କ ପାଇଁ ଏହା ବିଷ ପାଲଟି ଥାଏ । ତେବେ ଆସନ୍ତୁ ଜାଣିବା କିପରି..
– ପ୍ରଥମତଃ ଯେଉଁ ଲୋକ ଶରୀରର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି, ସେମାନେ ବିଲକୁଲ ଅଦା ଖାଆନ୍ତୁ ନାହିଁ । କାରଣ ଏହା ଦ୍ୱାରା ଭୋକ କମ ହେବା ସହ ଓଜନ ହ୍ରାସ ହୋଇଥାଏ । ସେଥିପାଇଁ ଏଭଳି ବ୍ୟକ୍ତି ଅଦା ଖାଇବା ଅନୁଚିତ୍ ।
– ହିମୋଫିଲିଆ ରୋଗୀଙ୍କ ପାଇଁ ଅଦା ସେବନ ବିଷରେ ପରିଣତ ହୋଇଥାଏ । କାରଣ ଅଦା ଖାଇବା ଦ୍ୱାରା ବ୍ୟକ୍ତି ପତଳା ହେବାରେ ଲାଗିଥାଏ, ଯାହା ତାଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ଏଭଳି ଅଦଠାରୁ ଦୂରେଇ ରହିବା ଉଚିତ୍ ।
– ମହିଳାମାନେ ଗର୍ଭବତୀ ଆରମ୍ଭରୁ ଅଦା ଖାଇବା ଉଚିତ୍ । କାରଣ ଏହାଦ୍ୱାରା ଦୁର୍ବଳତା ଦୂର ହୋଇଥାଏ । କିନ୍ତୁ ଗର୍ଭବତୀର ୩ ମାସ ପରେ ବିଲକୁଲ ଅଦା ଖାଆନ୍ତୁ ନାହିଁ । ଏହାଦ୍ୱାରା ଛୁଆ ଜନ୍ମ ହେବା ସମୟରେ ଯନ୍ତ୍ରଣା ଅଧିକ ହୋଇଥାଏ ।
– ଯେଉଁ ବ୍ୟକ୍ତି ପ୍ରତିଦିନ ଔଷଧ ସେବନ କରନ୍ତି, ସେମାନଙ୍କ ପାଇଁ ଅଦା ହାନିକାରକ । କାରଣ ଔଷଧରେ ଥିବା ଡ୍ରଗସ୍ ଅଦା ସହ ମିଶି ବିଷ ହୋଇ ଯାଇଥାଏ । ଯାହା ଶରୀରକୁ କ୍ଷତି ପହଁଚାଇଥାଏ ।