ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଅନେକ ଥର ଶୁଣିଥିବେ ବା କହିଥିବେ ଯେ ଆଜି ଦିନ ଟା ପୂରା ଖରାପ ଗଲା କାହା ମୁହଁ ଚାହିଁ ଥିଲି କେଜାଣି । ଯଦି ଦିନର ଆରମ୍ଭ ଭଲ ହୋଇଥାଏ ତେବେ ସାରା ଦିନଟା ହିଁ ଭଲରେ ବିତି ଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ସକାଳୁ ଉଠି କେଉଁ ଜିନିଷ ଦେଖିବା ଦ୍ୱାରା ଆପଣଙ୍କ ଦିନଟି ଖରାପ ଯିବ ଏବଂ କ୍ଷତି ସହିବାକୁ ପଡିବ ।
– ମହିଳାମାନେ ସକାଳୁ ଉଠିଲା ପରେ ନିଜ ମୁହଁକୁ ଆଇନାରେ ଦେଖି ଥାନ୍ତି । ଏଭଳି କରିବା ଅଶୁଭ ହୋଇଥାଏ । ସେଥିପାଇଁ ଆପଣ ସକାଳୁ ଉଠି ଦୁଇ ହାତ ଯୋଡୀ ଭଗବାନଙ୍କ ନାଁ ନିଅନ୍ତୁ ଆପଣଙ୍କ ଦିନଟି ଭଲରେ ବିତିବ ।
– ସକାଳୁ ଉଠିବା ପରେ ନିଜର ହେଉ କିମ୍ବା ଅନ୍ୟର ଛାଇ ଦେଖନ୍ତୁ ନାହିଁ । ଛାଇ ଦେଖିବା ପରେ ଦୁର୍ଭାଗ୍ୟ ମାଡି ଆସିଥାଏ ।
– ଯଦି ସକାଳୁ ସକାଳୁ କୌଣସି କୁକୁରକୁ ବାହାରେ ଝଗଡା କରୁଥିବାର ଦେଖୁଛନ୍ତି ତାହାର ଅର୍ଥ ବି ଅଶୁଭ ହୋଇଥାଏ । ଏହାସହିତ କୌଣସି ପଶୁ ଫଟୋ ଦେଖନ୍ତୁ ନାହିଁ ।
– ସକାଳୁ ଉଠିବା ପରେ ତେଲିଆ ବାସନକୁ ଦେଖନ୍ତୁ ନାହିଁ । ଏହାଦ୍ୱାରା ଅଶୁଭ ହୋଇଥାଏ ।