ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ନାଶପତି ବହୁତ ହିତକର । କିଛି ଲୋକ ଏହି ନାଶପତିର ଚୋପାକୁ ଛଡେଇ ଖାଇଥାନ୍ତି । କିନ୍ତୁ ସେମାନେ ହୁଏତ ଜାଣି ନାହାନ୍ତି କି ଯେତିକି ପୋଷଣ ନାଶପତିରୁ ମିଳେ ସେତିକି ତାର ଚୋପାରୁ ମଧ୍ୟ ମିଳିଥାଏ । ଏଥିରେ ପ୍ରଚୁର ପରିମାଣର ପୋଷଣ ତତ୍ୱ ଥାଏ ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।
ନାଶପତିରୁ ଫାଇବର, ଭିଟାମିନ୍, ପ୍ରୋଟିନ୍, କପର, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଆଦି ମିଳେ, ଯାହା ଶରୀର ପାଇଁ ମହତ୍ୱପୂର୍ଣ୍ଣ ଅଟେ । ଏହାଦ୍ୱାରା ଶରୀରର ବିକାଶ ହେବା ସହ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ଏହି ଫଳକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ । କାରଣ ଏଥିରେ ଭରପୁର ମାତ୍ରାରେ ଆୟରନ ଥାଏ । ସେଥିପାଇଁ ପାଖାପାଖି ଏକ ମାସ ପର୍ଯ୍ୟନ୍ତ ନିୟମିତ ନାଶପତି ସେବନ କରିବା ଆବଶ୍ୟକ ଏହା ଶରୀରରେ ରକ୍ତ ଅଭାବକୁ ଦୂର କରିବାରେ ସାହାର୍ଯ୍ୟ କରେ । ଅନ୍ୟପଟରେ କୌଣସି ରୋଗ ହେଲେ ଡାକ୍ତରମାନେ ମଧ୍ୟ ନାଶପତି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ନାଶପତିରେ ଏଭଳି ତତ୍ୱ ଥାଏ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାର୍ଯ୍ୟ କରେ । ଏହାସହିତ ଶରୀରର ହାଡ ମଜବୁତ ହେବା ସହ କୋଷ୍ଟକାଠିନ୍ୟ ସମସ୍ୟାକୁ ମୂଳରୁ ମାରିଥାଏ । ମଧୁମେୟ ରୋଗୀ ମଧ୍ୟ ନାଶପତି ଖାଇ ପାରିବେ । ଏହା ଶରୀରରେ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।