ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିର ବ୍ୟସ୍ତ ବହୁଳ ଜୀବନ ଚଳନୀରେ ଶରୀର ଯତ୍ନ ନେବା ପାଇଁ ଆଉ କାହାପାଖରେ ସମୟ ନାହିଁ । ହେଲେ ଶରୀରର ଯତ୍ନ ପ୍ରତି ଆମେ ଯେଉଁ ଛୋଟ ଛୋଟ ହେଳା କରିଥାଉ ତାହା ଆମ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ । ବର୍ତ୍ତମାନ ସମୟରେ ଥାଇରଏଡ ଭଳି ରୋଗ ଏକ ସାଧାରଣ ରୋଗରେ ପରିଣତ ହେଲାଣି । ତେବେ ଏହି ରୋଗ ପ୍ରତି ଲୋକେ ହେଳା କରିବା ଫଳରେ ବଡ ବଡ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ । ଥାଇରଏଡ ଏଭଳି ଏକ ରୋଗ ଯାହା ଶରୀରରେ ଶୀଘ୍ର ବ୍ୟାପିଥାଏ । ଏହି ରୋଗରେ ଓଜନ ବଢିବା ସହ ହରମୋନରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଥାଇରଏଡ ରୋଗରେ ଅଧିକମାତ୍ରାରେ ମହିଳାମାନେ ପ୍ରଭାବିତ ହୋଇଥାନ୍ତି । ଏହି ରୋଗ ମହିଳାମାନଙ୍କ କ୍ଷେତ୍ରରେ ଅଧିକମାତ୍ରରେ ଦେଖାଯାଇଥାଏ । ସେହିପରି ଥାଇରଏଡ ଗ୍ରନ୍ଥି ବଢିବାର ପ୍ରମୁଖ କାରଣ ହେଉଛି ଏହି ରୋଗ । ଏହି ଗ୍ରନ୍ଥି ଗୁଡିକର ଆକାର ପ୍ରଜାପ୍ରତି ସଦୃଶ୍ୟ ହୋଇଥିବା ବେଳେ ଏହା ଶରୀରର ଅନେକ ଗତିବିଧି ଉପରେ ନିୟନ୍ତ୍ରଣ କରିଥାଏ ।
ଥାଇରଏଡ ଗ୍ରନ୍ଥି ଟି୩ ଓ ଟି୪ ଥାଇରକ୍ସିନ ହରମୋନ ତିଆରି ହୋଇଥାଏ । ଯାହା କି ନିଶ୍ୱାସ, ହୃଦୟର ଗତି, ପାଚନ ତନ୍ତ୍ର ଏବଂ ଶରୀରର ତାପମାତ୍ରା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଯେତେବେଳେ ଏହି ହରମୋନର ମାତ୍ରା ଅଧିକ ବା କମ ହୋଇଥାଏ ସେତେବେଳେ ଶରୀରର ଓଜନ କମିଯାଏ ବା ବଢିଯାଇଥାଏ । ଏହି ରୋଗ ସାଇଲେଣ୍ଟ କିଲର ରୋଗ ଅଟେ କାରଣ ଏହାର ଲକ୍ଷଣ ଶୀଘ୍ର ସାମ୍ନାକୁ ଆସିନଥାଏ ।
ଥାଇରଏଡ ଗ୍ରନ୍ଥ ଶରରୀରେ ଥାଇରକ୍ସିନ ନାମକ ହରମୋନ ତିଆରି ହୋଇଥାଏ, ଯେଉଁଥିରେ ଶକ୍ତି, ପ୍ରୋଟିନ ତିଆରି ହୋଇଥାଏ । ଥାଇରଏଡର ଲକ୍ଷଣରେ ମୁଖ୍ୟତଃ ଓଜନ କମିଥାଏ । ଏହାସହିତ ରାତିରେ ନିଦ ନହେବା , ଅଧିକ ଝାଳ ବୋହିବା, ଧଇସଇଁ ହେବା ହୃଦୟ ଜୋରେ ଧକଧକ ହେବା ଓ ଦୁର୍ବଳ ଅନୁଭବ କରିବା ଭଳି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ଏହା ଏପରି ଏକ ରୋଗ ଅଟେ ଯାହାର ଲକ୍ଷଣ ଶୀଘ୍ର ସାମ୍ନାକୁ ଆସିନଥାଏ । ଏହି ରୋଗଟି ମୁଖ୍ୟତଃ ମହିଳାମାନଙ୍କ ପାଖରେ ଦେଖାଯାଇଥାଏ । ଏହାଦ୍ୱାରା ମହିଳା ମାନେ ଥକି ଯିବା , ଦୁର୍ବଳତା ଓ ଚେହେରାରେ ରୁଖାପଣ ଦେଖାଯାଇଥାଏ ।
ତେବେ ଏହି ରୋଗର ଲକ୍ଷଣ ଜଣାପଡିବା ମାତ୍ରେ ହିଁ ଏହା ପ୍ରତି ହେଳା ନକରି ଏହାର ଚିକିତ୍ସା କରିନେବା ଆବଶ୍ୟକ । କାରଣ ଏହା ଜୀବନ ପ୍ରତି ଅନେକ ବିପଦ ସୃଷ୍ଟି କରିଥାଏ । ରୋଗର ଲକ୍ଷଣ ଦେଖା ଯିବା ମାତ୍ରେ ଡାକ୍ତରଙ୍କର ପରାମର୍ଶ ନେବା ସହ ଏହା ପ୍ରତି ସଚେତନ ହେବା ଆବଶ୍ୟକ ଅଟେ ।