ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖରାଦିନେ ଅନେକ ବ୍ୟକ୍ତିଙ୍କ କହୁଣୀ କଳା ପଡିଥିବାର ଦେଖିବାକୁ ମିଳିଥାଏ । ଯାହା ଖୁବ୍ ଅସୁନ୍ଦର ଦେଖାଯାଇଥାଏ । କହୁଣୀରେ ବସିଥିବା କଳା ଚର୍ମକୁ ଠିକ୍ ସମୟରେ ସଫା ନକଲେ ତାହାକୁ ପରବର୍ତ୍ତି ସମୟରେ ସଫା କରିବା କଷ୍ଟକର ହୋଇପଡିଥାଏ ।
ଅନେକ ସମୟରେ କୌଣସି ପାର୍ଟିରେ ଅନ୍ୟ ସାମ୍ନାରେ ଏହି କାଳ ଦାଗ ପାଇଁ ଲଜ୍ଜିତ ହେବାକୁ ପଡିଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ କିଛି ଘରୋଇ ଉପଚାର କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ।
ଦୁଇ ଚାମଚ, ମହୁ, ଗୋଟେ ଚାମଚ ଅଲିଭ ଅଏଲ, ଅଧା ଚାମଚ ଲେମ୍ବୁ ରସ, ଗୋଟେ ଚାମଚ ବେକିଂସୋଡାକୁ ଏକ ପାତ୍ରରେ ଭଲ ଭାବେ ଗୁଳାଇ ଦିଅନ୍ତୁ । ଏହାପରେ ସେହି ପେଷ୍ଟକୁ କହୁଣୀର କଳା ଦାଗରେ ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାଇ ରାତି ସାରା ଛାଡି ଦିଅନ୍ତୁ । ସକାଳୁ ଉଠି ଉଷୁମ ପାଣିରେ ସେହି ସ୍ଥାନକୁ ସଫା କରି ନିଅନ୍ତୁ । ସଫା କରିବା ପରେ କହୁଣୀରେ ନଡିଆ ତେଲ ଲଗାଇ ନିଅନ୍ତୁ । ଏହି ପ୍ରକ୍ରିୟା ମାସକୁ ତିନି ଥର କରନ୍ତୁ । ଦେଖିବେ ଆପଣଙ୍କ କହୁଣୀରୁ କଳା ଦାଗ ଦୂର ହୋଇଯିବ ।