ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଁଳାରେ ଭରପୁର ମାତ୍ରାରେ ପୋଷକତତ୍ୱ ରହିଛି । ଅଁଳା ସେବନ ଦ୍ୱାରା ଶରୀରକୁ ଅନେକ ପ୍ରକାରର ଫାଇଦା ହୋଇଥାଏ । ଯେପରିକି ସୁସ୍ଥ ରହିବା, ଓଜନ ହ୍ରାସ, ଏବଂ ଇମ୍ୟୁନିଟି ବଢାଇବାରେ ଅଁଳା ଲାଭଦାୟୀ ହୋଇଥାଏ । ଭିନ୍ନ ଭିନ୍ନ ଉପାୟରେ ଅଁଳା ସେବନ କରାଯାଇଥାଏ ।
ଅଁଳାରୁ ଅନେକ ଭିଟାମିନ୍ସ, ଖଣିଜ ଏବଂ ଫାଇବର ମିଳିଥାଏ । ସେହିପରି ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଏହା ଇମ୍ୟୁନିଟି ବୁଷ୍ଟର ଭଳି କାମ କରିଥାଏ । ଅଁଳା ଦ୍ୱାରା ପାଚନ ଶକ୍ତି ଠିକ୍ ହେବା ସହିତ ବ୍ଲଡ ସୁଗାର ଲେଭଲ ବି ନିୟନ୍ତ୍ରଣରେ ରହିଥାଏ । ଅନ୍ୟପଟେ କର୍କଟ ରୋଗ ସମେତ ହୃଦ ସମ୍ବନ୍ଧୀୟ ରୋଗୀଙ୍କୁ ବି ଅଁଳା ସୁରକ୍ଷିତ ରଖିଥାଏ ।
ଅଁଳାକୁ ଆପଣ ନିୟମିତ ସେବନ କରି ପାରିବେ । ସେଥିପାଇଁ ଆପଣ ଅଁଳାକୁ ଭଲକରି ଧୋଇ ନିଅନ୍ତୁ । ତାରେ ଅଁଳାକୁ କାଟି ସେଥିରେ ଲୁଣ ମଡାଇ ସେବନ କରନ୍ତୁ । ସେହପରି ଆପଣ ଅଁଳାକୁ ଚଟଣୀ , ଆଚାର ଆଦି କରି ସେବନ କରି ପାରିବେ ।