ଭୁବନେଶ୍ୱର(ଏଟିଆର ବ୍ୟୁରୋ): ହଳଦୀର ବ୍ୟବହାର ବହୁ ଉପାୟରେ ଏବଂ ବହୁ କ୍ଷେତ୍ରରେ ହୋଇଥାଏ । ମୁଁହରେ ଲଗାଇବା ଠାରୁ ଆରମ୍ଭ କରି କ୍ଷୀରରେ ମିଶାଇ ପିଇବା ପର୍ଯ୍ୟନ୍ତ ସବୁଠି ହଳଦୀକୁ ବ୍ୟବହାର କରାଯାଇଥାଏ ।
ସାଧାରଣତଃ ପ୍ରତିଦିନ ଆମେ ହଳଦୀକୁ ଆମ ଖାଦ୍ୟରେ ବ୍ୟବହାର କରିଥାଉ । କିନ୍ତୁ ଆମ ଶରୀରରେ ହଳଦୀର ମାତ୍ରା ଅଧିକ ହୋଇଗଲେ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ ।
ଶୀତ ଦିନରେ ଆମେ କ୍ଷୀରରେ ହଳଦୀ ମିଶାଇ ସେବନ କରିବାକୁ ପସନ୍ଦ କରିଥାଉ କିନ୍ତୁ ହଳଦୀର ମାତ୍ରା ଆମ ଶରୀରରେ ଅଧିକ ହୋଇଗଲେ ‘ଡାଏରିୟା’ ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ ।
ଅଧିକ ହଳଦୀର ବ୍ୟବହାରରେ ଆମ ଶରୀରରେ ‘ଆଇରନ୍ ର ଅଭାବ’ ଦେଖାଦେଇଥାଏ । ତେଣୁ ହଳଦୀ ସେବନ କରିବାରେ ନିହାତି ଧ୍ୟାନ ଦେବା ଆବଶ୍ୟକ ।
ଉଚ୍ଚ ରକ୍ତ ଚାପ ରେ ଯେମିତି ଆମ ଶରୀରର କ୍ଷତି ହୋଇଥାଏ ଠିକ ସେହିଭଳି ରକ୍ତ ଚାପ କମ ହେବା ଦ୍ୱାରା ମଧ୍ୟ ଆମକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକ ହଳଦୀ ଖାଇବା ଦ୍ୱାରା ଆମ ଶରୀରରେ ‘ରକ୍ତ ଚାପ କମ’ ହୋଇଯାଏ ।
ହଳଦୀ ଏକ ଔଷଧିୟ ପଦାର୍ଥ ହେଇଥିଲେ ମଧ୍ୟ ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ଆମ ଶରୀରରେ ଅନେକ କ୍ଷତି ହୋଇପାରେ ।