ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଦାନ୍ତ ଘଷିବା ଛଡା ଟୁଥପେଷ୍ଟର ଅନେକ ବ୍ୟବହାର ଆପଣ ଜାଣିଥିବେ । ଏଇ ଯେମିତି ଶରୀରର କୌଣସି ଅଙ୍ଗ କଟିଗଲେ ହଠାତ ରକ୍ତସ୍ରାବ ବନ୍ଦ ପାଇଁ ଆପଣ ଟୁଥପେଷ୍ଟ ବି ଲଗାଇପାରନ୍ତି । କିନ୍ତୁ କେବେ ଭାବିଛନ୍ତି, ଟୁଥପେଷ୍ଟ ବି ମୁହଁରୁ ବ୍ରଣ ବା କଳାଦାଗ ହଟାଇପାରେ ।
ଦିନର ଆରମ୍ଭ ହୁଏ ଦାନ୍ତଘଷାରୁ । ସବୁଦିନ ଦାନ୍ତ ଘଷିବା ପାଇଁ ଆପଣ ବିଭିନ୍ନ ଟୁଥପେଷ୍ଟର ବ୍ୟବହାର କରୁଥିବେ । ଦାନ୍ତରେ ଚମକ ଆସିବା ବା ସଫା ରଖିବା ପାଇଁ ସାଧାରଣତଃ ଟୁଥପେଷ୍ଟ ବ୍ୟବହାର କରାଯାଏ । କିନ୍ତୁ ଏହି ଟୁଥପେଷ୍ଟ ବ୍ୟବହାର କରି କେମିତି ଆପଣ ନିଜର ମୁହଁରେ ଥିବା ବ୍ରଣ ଓ କଳାଦାଗ ହଟାଇବେ ଆସନ୍ତୁ ଜାଣିବା ।
ଯଦି ଆପଣ ବାହାରେ ବେଶୀ ବୁଲାବୁଲି କରୁଛନ୍ତି ତେବେ ଆପଣଙ୍କ ମୁହଁରେ ଧୂଳି ଜମିବା ଏକ ସାଧାରଣ କଥା । କିନ୍ତୁ ବାହାରେ ବୁଲାବୁଲି ନକଲେ ବି ମୁହଁରେ ଧୁଳି ଜମିଯାଏ । ବାହାରର ପ୍ରଦୁଷଣ ଦ୍ୱାରା ଆପଣଙ୍କ ମୁହଁ ତେଲିଆ ବା ଶୁଖିଲା ଦେଖାଯାଏ । ତେଣୁ ପ୍ରଥମେ ମୁହଁକୁ ଫେସୱାସରେ ଧୋଇ ଦିଅନ୍ତୁ । ଶୁଖିଲା କପଡାରେ ମୁହଁକୁ ପୋଛି ସଫା କରି ଦିଅନ୍ତୁ ।
ଏହାପରେ ଆଙ୍ଗୁଠିରେ ଅଳ୍ପ ଟିକିଏ ଟୁଥପେଷ୍ଟ ନେଇ ବ୍ରଣ ଓ କଳାଦାଗ ଉପରେ ଲଗାନ୍ତୁ । ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ୩୦ ମିନିଟ ପର୍ଯ୍ୟନ୍ତ ଉକ୍ତ ସ୍ଥାନ ଶୁଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଦେଖିବେ ଆପଣ ବି ଏହାର ଫାଇଦା ଉଠାଇ ପାରୁଛନ୍ତି ।
କିନ୍ତୁ ଏହି ଉପାୟ ଆପଣାଇଲା ବେଳେ ଆଉ କିଛି ଦିଗ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଏଥିପାଇଁ ଆପଣ ଜେଲ୍ କିମ୍ବା ଫ୍ଲେବର ଥିବା ଟୁଥପେଷ୍ଟ ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ୱାରା ଆପଣ ଲାଭ ଅପେକ୍ଷା କ୍ଷତି ଅଧିକ ହେବ । କେବଳ ଧଳା ଟୁଥପେଷ୍ଟ ହିଁ ବ୍ୟବହାର କରନ୍ତୁ । ଯାହା ଫଳରେ ତ୍ୱଚା ଜଳିବା ଭଳି ଲାଗିବ ନାହିଁ ଏବଂ ବ୍ରଣ ସମସ୍ୟାର ମୁକ୍ତି ପାଇ ପାରିବେ ।