ଅଧିକାଂଶ ଲୋକେ ସ୍ମାର୍ଟ ଫୋନର ବ୍ୟବହାର କରିଥାନ୍ତି । ଫୋନ ସହ ହେଡଫୋନର ବ୍ୟବହାର ମଧ୍ୟ କରିଥାନ୍ତି । ଖାସକରି ଯୁବାପିଢୀଙ୍କ ଭିତରେ ଅଧିକ ଇୟରଫୋନ ବ୍ୟବହାର କରିବାର ଦେଖିବାକୁ ମିଳୁଛି । ଖାଇବା ସମୟରେ ହେଉ ଅବା ଶୋଇବା ସମୟରେ, କେତେବେଳେ ବି ଛାଡ ଯାଉନି ଇୟରଫୋନ । ତେବେ ଆପଣ ଜାଣନ୍ତି କି’ ହେଡଫୋନର ଅଧିକ ବ୍ୟବହାର ଆପଣଙ୍କୁ ସବୁଦିନ ପାଇଁ କାଲ କରି ଦେଇପାରେ । ତେବେ ଆସନ୍ତୁ ଜାଣିବା ଅଧିକ ସମୟ ହେଡ୍ଫୋନ ବ୍ୟବହାର କରିବା ଦ୍ୱାରା ଶରୀର ଉପରେ ଏହାର କି ପ୍ରଭାବ ପଡେ ।
କାନର ପରଦା ଉପରେ ପ୍ରଭାବ:
ହେଡଫୋନ ରେ ଗୀତ ଶୁଣି ଶୁଣି ଶୋଇଗଲେ କାନର ପରଦା ଉପରେ ଏହାର ଖରାପ ପ୍ରଭାବ ପଡେ । ଏହା ଆପଣଙ୍କ ନିଦକୁ ମଧ୍ୟ ଖରାପ କରିଥାଏ ।
ଶ୍ରବଣ ଶକ୍ତି କମିଯାଏ :
୯୦ ଡେସିବଲ୍ ରୁ ଅଧିକ ସାଉଣ୍ଡରେ ଗୀତ ଶୁଣିବା କାନ ପ୍ରତି ହାନିକାରକ । ଲଗାତାର ଭାବେ ଏପରି ଶୁଣିଲେ ଶ୍ରବଣ ଶକ୍ତି କମିପାରେ ।
ଜୀବାଣୁ କାନ ଭିତରକୁ ପ୍ରବେଶ କରେ
ଯଦି ଆପଣ ନିଜ ହେଡଫୋନ ଅନ୍ୟ କାହା ସହ ସେୟାର କରିଥାନ୍ତି । ତେବେ ହେଡଫୋନ ସହିତ ଜୀବାଣୁ ମଧ୍ୟ ଆପଣଙ୍କ କାନ ମଧ୍ୟରେ ପ୍ରବେଶ କରିଥାଏ । ଯାହା ପଳରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି । ଏଥିପ୍ରତି ସଜାଗ ରୁହନ୍ତୁ ।
ଏକାଗ୍ର୍ତା କମ୍ କରାଏ :
ଲଗାତାର ଭାବେ ହେଡଫୋନର ବ୍ୟବହାର ଆପଣଙ୍କ ଏକାଗ୍ରତାକୁ କମ୍ କରାଏ । ହେଡଫୋନରେ ଗୀତ ଶୁଣି ଶୁଣି କାମ କରିବା ସମୟରେ ସଠିକ ଫୋକସ ରହିପାରେ ନାହିଁ । କାମରେ ବାଧା ସୃଷ୍ଟି ହୁଏ ।
କାନ ସଂକ୍ରମଣ
ହେଡଫୋନରରେ ଲାଗିଥିବା ସ୍ପଞ୍ଜରେ ଜୀବାଣୁ ଜମା ହୋଇ ରହିଥାଏ । ଏହାକୁ କାନରେ ଲଗାଇବା ଦ୍ୱାରା ଜୀବାଣୁ କାନକୁ ଯାଇଥାନ୍ତି । ଯାହାଫଳରେ କାନ ସଂକ୍ରମଣ ହୋଇଥାଏ ।