ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ଶୁଖ ଶାନ୍ତିକୁ ନଜର ଲାଗିବା, ପିଲାମାନଙ୍କର ପଢାରେ ମନ ନଲାଗିବା, ବାରମ୍ବାର ଘର ସଦସ୍ୟ ରୋଗାଗ୍ରସ୍ତ ହେବା, ବ୍ୟବସାୟରେ କ୍ଷତି ହେବା, ଏଭଳି ସବୁ ଅସୁବିଧା ଦେଖା ଦେବାପରେ ବ୍ୟକ୍ତି ଭାଙ୍ଗି ପଡିଥାନ୍ତି । ସେମାନେ ବୁଝିପାରନ୍ତିନ ଯେ କ’ଣ ପାଇଁ ଏଭଳି ସମସ୍ୟା ହେଉଛି ।
ଏହି ସବୁ ଅସୁବିଧାକୁ ଦୂର କରିବା ପାଇଁ ବ୍ୟକ୍ତି ଅନେକ ଉପାୟ ଅପଲମ୍ବନ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରେ ଏଭଳି ଅସୁବିଧାର କାରଣ କୌଣସି ନକରାତ୍ମକ ଶକ୍ତି ହୋଇପାରେ । ଯଦି ଆପଣ ବି ଆପଣଙ୍କ ପରିବାରକୁ ଏଭଳି ଖରାପ ଶକ୍ତିଠାରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ବାସ୍ତୁ ଅନୁଯାୟୀ କିଛି ଖାସ୍ କଥା ଉପରେ ଧ୍ୟାନ ଦେବା ଉଚିତ୍ ।
ବାସ୍ତୁ ତଥା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଆପଣଙ୍କ ଘରର ଦ୍ୱାରରେ ଓଁ, ସ୍ୱସ୍ଥି ଏବଂ ତ୍ରିଶୁଲ ଟାଙ୍ଗିବେ ତେବେ ଅପଣଙ୍କ ଘରେ ଖରାପ ଦୃଷ୍ଟି ପଡିବ ନାହିଁ । ଏହି ତିନୋଟି ଚିହ୍ନ ସର୍ବଦା ଆପଣଙ୍କ ଘରକୁ ସୁଖ ଶାନ୍ତିରେ ପରିପୂର୍ଣ୍ଣ କରି ରଖି ଥାଏ । ହିନ୍ଦୁ ଧର୍ମରେ ଏହି ତିନୋଟି ଚିହ୍ନର ଖୁବ୍ ମହତ୍ୱ ରହିଛି । ଶାନ୍ତ୍ରନୁଯାୟୀ ଘରେ ସ୍ୱସ୍ଥି ଚିହ୍ନ ଲଗାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ସେହିଭଳି ତ୍ରିଶୁଳ ହେଉଛି ଭଗବାନ ଶିବଙ୍କର ଚିହ୍ନ । ଏହି ଚିହ୍ନ ଲଗାଇବା ଦ୍ୱାରା ସମସ୍ତ କ୍ଷେତ୍ରରେ ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ।