ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କାଳରେ ଲୋକେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କରୋନାରୁ ରକ୍ଷା ପାଇବା ଏବଂ ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲୋକେ ଅନେକ ଜିନିଷ ସେବନ କରୁଛନ୍ତି । ଏଭଳିସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଭଲ ଉପାୟ ହେଉଛି ଭିଟାମିନ୍ ସି । ତେବେ ଆସନ୍ତୁ ଜାଣିବା ଭିଟାମିନ୍ ସି ଏବଂ ଇମ୍ୟୁନିଟିର ସଂଯୋଗ ବିଷୟରେ..
ସ୍ୱାସ୍ଥ୍ୟ ପାଇଁ ଉପକାରୀ ଭିଟାମିନ୍ ସି । ମହିଳାଙ୍କ ପାଇଁ ୭୫ ମିଲିଗ୍ରାମ ଭିଟାମିନ୍ ସି ଆବଶ୍ୟକ ଥିବା ବେଳେ ପୁରୁଷଙ୍କ ପାଇଁ ୯୦ ମିଲିଗ୍ରାମ ଭିଟାମିନ୍ ସି ଆବ୍ୟଶକ ।
ଖରାପ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି, ଅଧିକାଂଶ ଧୂମ୍ରପାନ କରୁଥିବା ବ୍ୟକ୍ତି, କିଡନୀ ଏବଂ ରୋଗରେ ପଡିଥିବା ବ୍ୟକ୍ତିଠାରେ ଭିଟାମିନ୍ ସି ର ଅଭାବ ଦେଖାଦେଇଥାଏ । ଯେତେବେଳେ ଶରୀରରେ ଭିଟାମିନ୍ ସି ର ଅଭାବ ହୋଇଥାଏ ସେତେବେଳେ ତାର ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ । ଏହାସହିତ ଭିଟାମିନ୍ ସି ର ଅଭାବ ଦ୍ୱାରା ଅନେକ କ୍ଷତି ହୋଇଥାଏ ।
କୋଲାଜେନ୍ ହେଉଛି ଏକ ପ୍ରକାର ପ୍ରୋଟିନ୍ ଯାହା ଚର୍ମକୁ ମରାମତି କରେ । ଶରୀରରେ କୋଲାଜେନ୍ ତିଆରି କରିବା ପାଇଁ ଭିଟାମିନ୍ ସି ଆବଶ୍ୟକ ହୁଏ ଏବଂ ରକ୍ତ ଏବଂ ଟିସୁରେ ଥିବା ଭିଟାମିନ୍ ସି ର ପରିମାଣ କମିଯାଏ । ଭିଟାମିନ୍ ସି ଅଭାବରୁ ଶରୀରକୁ ଆବଶ୍ୟକୀୟ ଜିନିଷ ମିଳେନାହିଁ । ଯେଉଁଥିପାଇଁ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗେ । ଭିଟାମିନ୍ ସି ଅଭାବ ହେବା ହେତୁ ଓଜନ ମଧ୍ୟ ବୃଦ୍ଧି ହୋଇଥାଏ ।
ଦାନ୍ତ କୁ ସୁସ୍ଥ ରଖିବା ପାଇଁ କୋଲାଜେନ୍ ମଧ୍ୟ ଆବଶ୍ୟକ । ନାକରୁ ବାରମ୍ବାର ରକ୍ତସ୍ରାବ ମଧ୍ୟ ଭିଟାମିନ୍ ସି ଅଭାବର ଲକ୍ଷଣ ହୋଇପାରେ ।
ଭିଟାମିନ୍ ସି ର ଅଭାବ ବାରମ୍ବାର ରୋଗ ହେବାର ଏକ କାରଣ ହୋଇପାରେ । ଭିଟାମିନ୍ ସି ଅଭାବ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ, ଯେଉଁଥିପାଇଁ ପୁନରୁଦ୍ଧାର ପାଇଁ ଅଧିକ ସମୟ ଲାଗେ । ଅଧ୍ୟୟନ ଅନୁଯାୟୀ, ନିମୋନିଆ ଏବଂ ବ୍ଲାଡର ସଂକ୍ରମଣ ପରି ରୋଗରୁ ରକ୍ଷା କରିବା ପାଇଁ ଭିଟାମିନ୍ ସି ମଧ୍ୟ କାମ କରିଥାଏ।
ଫଳ ଏବଂ ପନିପରିବା ଯେପରିକି କମଳା, ଷ୍ଟ୍ରବେରି, କିୱି, ବ୍ରୋକୋଲି, ଏବଂ ପାଳଙ୍ଗରେ ଭିଟାମିନ୍ ସି ମିଳିଥାଏ । ଇମ୍ୟୁନ ସିଷ୍ଟମକୁ ମଜବୁତ କରୁଥିବା ଭିଟାମିନ୍ ସି ସଂକ୍ରମଣ ସହ ଲଢିବାରେ ସହାୟକ ହୋଇଥାଏ ।