ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅତ୍ୟଧିକ ମାତ୍ରାରେ ଭିଟାମିନ୍ ଇ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି କି ଭିଟାମିନ୍ ଇ ଅଧିକ ମାତ୍ରାରେ ସେବନ ବ୍ୟକ୍ତିଙ୍କୁ ମୃତ୍ୟୁର ନିକଟବର୍ତ୍ତି କରାଇଥାଏ । ଗବେଷଣା ଅନୁଯାୟୀ ଯେଉଁ ବ୍ୟକ୍ତି ପାଞ୍ଚ ବର୍ଷ ଯାଏଁ ନିୟମିତ ଭାବେ ଭିଟାମିନ୍ ଇ ୪୦୦ I u ସେବନ କରିଛନ୍ତି, ଭିଟାମିନ୍ ଇ କମ ସେବନ କରିଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନଙ୍କଠାରେ ମୃତ୍ୟୁର ସମ୍ଭାବନା ହାରାହାରି ପାଞ୍ଚ ପ୍ରତିଶତ ଅଧିକ ରହିଥାଏ ।
ଏକ ସାଧାରଣ ମଲ୍ଟିଭିଟାମିନ୍ ରେ ଭିଟାମିନ୍ ଇ ର ମାତ୍ରା ପାଖାପାଖି ୩୦-୬୦ I u ରହିଥାଏ । ଗତ କିଛି ଦିନ ପୂର୍ବରୁ ଏହି ଭିଟାମିନ୍ ସେବନ ଦ୍ୱାରା ହେଉଥିବା ଲାଭ ସାମ୍ନାକୁ ଆସିଥିଲା । ହୃତଘାତ , ଅଲଜାଇମର ଭଳି ଗମ୍ଭୀର ରୋଗର ସମ୍ଭାବନାକୁ କମ କରିବାରେ ଭିଟାମିନ୍ ଇ ଲାଭଦାୟକ ପ୍ରମାଣିତ ହୋଇଥିଲା । ମାତ୍ର ଗବେଷଣାରେ ସ୍ପଷ୍ଟ ହୋଇ ନାହିଁ କି କିଭଳି ଭାବେ ଭିଟାମିନ୍ ଇ ଅତ୍ୟଧିକ ମାତ୍ରାରେ ସେବନ କରିବା ମୃତ୍ୟୁର ସମ୍ଭାବନା ଅଧିକ କରିଦେଇଥାଏ ।