ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଯଦି ଆମେ ବସିବା କଥା କହିବା ତେବେ କିଛି ବ୍ୟକ୍ତି ଚକାମାଡି ବସିଥାନ୍ତି ତ ଆଉ କିଛି ବ୍ୟକ୍ତି ଆଂଠୁମାଡି । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଇଂରାଜୀ ବର୍ଣ୍ଣମାଳା ଡବଲିୟୁ ଅକ୍ଷର ଭଳି ବସିଥାନ୍ତି । ମୁଖ୍ୟତଃ ଛୋଟ ପିଲାମାନଙ୍କୁ ଏଭଳି ଅକାରରେ ବସିବା ସହଜ ହୋଇଥାଏ ।
ପ୍ରାୟତଃ ଅନେକ ଛୋଟପିଲାଙ୍କୁ ଏଭଳି ବସିଥିବାର ଦେଖିବାକୁ ମିଳିଥାଏ । ଆପଣଙ୍କ ଘରେ ଛୋଟ ପିଲାମାନେ ଏଭଳି ଆକାରରେ ବସୁଛନ୍ତି କି? ସାବଧାନ ଏଭଳି ବସିବା ଦ୍ୱାରା ଛୋଟ ପିଲାମାନଙ୍କର ଶାରିରୀକ ଏବଂ ମାନସିକ ବିକାଶରେ ପ୍ରଭାବ ପଡିଥାଏ ।
ସୂଚନାଅନୁଯାୟୀ, ଏଭଳି ବସିବା ଦ୍ୱାରା ଛୋଟ ପିଲାମାନଙ୍କର କୋଳ,ଆଂଠୁ ଏବଂ ଜଂଘ ଉପରେ ପ୍ରଭାବ ପଡିଥାଏ । ଏହାଛଡା ମେରୁଦଣ୍ଡ ହାଡ ମଧ୍ୟ ଦୁର୍ବଳ ହୋଇପଡେ । ଯାହା ଭବିଷ୍ୟତରେ ଆପଣଙ୍କ ପିଲା ହାଡ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ବିଲକୁଲ୍ ଆପଣଙ୍କ ପିଲାଙ୍କୁ ଏହି ଡବ୍ଲ୍ୟୁ ଆକାରରେ ବସିବାକୁ ଦିଅନ୍ତୁ ନାହିଁ ।