ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଝିଅଙ୍କ ସହିତ କଥା ହେଲା ବେଳେ କିଛି ପୁଅ ପଛଘୁଞ୍ଚା ଦେଇଥାନ୍ତି । ଏହାର କାରଣ ପୁଅମାନେ ହ୍ୟାଣ୍ଡସମ ନୁହଁନ୍ତି । ସେମାନଙ୍କ ଚିନ୍ତାଧାରା ଏଭଳି ଥାଏ କି ସେ ଦେଖିବାକୁ ସୁନ୍ଦର ନୁହଁନ୍ତି ତାଙ୍କ ପ୍ରତି କୌଣସି ଝିଅ ଆକର୍ଷିତ ହେବେ ନାହିଁ । ଯଦି ଆପଣଙ୍କ ମନରେ ଏଭଳି ବିଚାର ଅଛି ତେବେ ତୁରନ୍ତ ଏହାକୁ ଭୁଲି ଯାଉନ୍ତୁ । କାରଣ ଝିଅମାନେ ପୁଅଙ୍କର ସୁନ୍ଦରତା ଅପେକ୍ଷା ସେମାନଙ୍କ ଭଲ ଗୁଣ ଏବଂ ବ୍ୟବହାର ପ୍ରତି ଫିଦା ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ଝିଅମାନେ ଇମ୍ପ୍ରେସ ହୋଇଥାନ୍ତି ।
– ଝିଅମାନଙ୍କ ହୃଦୟରେ ଘର କରିବାକୁ ହେଲେ ପ୍ରଥମେ ତାଙ୍କ ସହ ଭଲ ବନ୍ଧୁତା ସ୍ଥାପନ କରନ୍ତୁ । କାରଣ ଝିଅମାନେ ସର୍ବଦା ତାଙ୍କ ବନ୍ଧୁଙ୍କର ଭଲ ଗୁଣ ଖୋଜିଥାନ୍ତି ।
– ଯଦି ଆପଣ ବାରମ୍ବାର ଝିଅଙ୍କୁ ଦେଖା କରୁଛନ୍ତି, ତେବେ ଏଭଳି କିଛି ଭଲ କାମ କରନ୍ତୁ ଯାହା ତାଙ୍କର ସବୁଦିନ ପାଇଁ ମନ ରହିବ । ତାଙ୍କୁ ତାଙ୍କର ମନ ପସନ୍ଦର ସ୍ଥାନକୁ ବୁଲାଇବା ପାଇଁ ନିଅନ୍ତୁ ।
– ଝିଅଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ କି ଆପଣ ତାଙ୍କ ପ୍ରତି ଏବଂ ତାଙ୍କ ପରିବାର ପାଇଁ ପୂରା ପରଫେକ୍ଟ । ଏହାଦ୍ୱାରା ସେ ଆପଣଙ୍କ ପ୍ରତି ଆକର୍ଷିତ ହୋଇଯିବେ ।
– ସବୁବେଳେ ଧ୍ୟାନ ରଖିଥିବେ ଯେ ଯେତେବେଳେ ବି ତାଙ୍କୁ ଦେଖା କରୁଛନ୍ତି ସର୍ବଦା ବନ୍ଧୁ ଭଳି ମିଶନ୍ତୁ ।