ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ହେୟାର ଡ୍ୟାମେଜ ସମସ୍ୟା ଦେଖିବାକୁ ମିଳୁଛି । ଏନେଇ ଅନେକ ଘରୋଇ ଉପଚାର ଅପାଣାଉଛନ୍ତି ବ୍ୟକ୍ତି । କିନ୍ତୁ କେଶକୁ ସେତିକି ମାତ୍ରାରେ ପୋଷକ ତତ୍ୱ ମିଳିପାରିନଥାଏ । ସେଥିପାଇଁ ଅନେକ ବ୍ୟକ୍ତି ପାର୍ଲର ଯିବାକୁ ପସନ୍ଦ କରିଥାନ୍ତି । ମାତ୍ର ସେମାନେ ବୁଝିପାରିନଥାନ୍ତି କି, କେଶ ପାଇଁ ହେୟାର ସ୍ପା ଭଲ କି କେରାଟିନ୍ ଟ୍ରିଟମେଣ୍ଟ । ତେବେ ଆସନ୍ତୁ ଜାଣିବା କେଶ ପାଇଁ କେଉଁଟା ସଠିକ୍ ।
କେରାଟିନ୍ ଟ୍ରିିଟମେଣ୍ଟ:- ଏହି ଟ୍ରିିଟମେଣ୍ଟ କେଶକୁ ପୋଷକ ତତ୍ୱ ଦେଇଥାଏ । ଏହାର ଅଭାବ ହେବା ଦ୍ୱାରା କେଶ ଖରାପ ହେବା ଆରମ୍ଭ ହୋଇଥାଏ । ଅବଶ୍ୟ ଅଲଗା ଅଲଗା କେଶର ଟାଇପ ଅନୁସାରେ ଏହି ଟ୍ରିଟମେଣ୍ଟ କରାଯାଇଥାଏ । ଯଦି ଆପଣଙ୍କ କେଶ ଅଧିକ ଡ୍ୟାମେଜ ହେଉଛି ତେବେ ଆପଣଙ୍କୁ କେରାଟିନ୍ ର ବ୍ୟବହାର କରିବା ଉଚିତ୍ । ପାଖାପାଖି ୪ ରୁ ୫ ମାସ ଯାଏଁ ଏହାର ପ୍ରଭାବ କେଶରେ ରହିଥାଏ । ଏହି ସମୟରେ ଆପଣଙ୍କ କେଶକୁ ସଠିକ ଯତ୍ନ ନେବା ଉଚିତ୍ । ୫ ମାସ ପରେ ପୁଣି ଏହି ଟ୍ରିଟମେଣ୍ଟ ନେବା ଉଚିତ ।
ହେୟାର ସ୍ପା:- କେଶକୁ ଭଲ ରଖିବା ପାଇଁ ହେୟାର ସ୍ପା କରାଯାଇଥାଏ । କିଛି ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ । ଯଦି ଆପଣଙ୍କ କେଶରେ ଡଷ୍ଟ ହେଉଛି ଏବଂ କେଶ ଅତ୍ୟଧିକ ଶୁଷ୍କ ହେଉଛି ତେବେ ଆପଣ ହେୟାର ସ୍ପା କରି ପାରନ୍ତି । ଏହାଦ୍ୱାରା ଆପଣଙ୍କ କେଶ ପୁର୍ନବାର ସଫ୍ଟ ଏବଂ ବାଉସିଂ ହୋଇଯିବ ।
ହେୟାର ସ୍ପା ଦ୍ୱାରା ଆପଣଙ୍କ କେଶରେ ଡିପ୍ କଣ୍ଡିସନିଙ୍ଗ କରାଯାଇଥାଏ, ଅବଶ୍ୟ ଏଥିରେ ଅଧିକ ପ୍ରୋଟିନ୍ ନଥାଏ । ଏହାର ପ୍ରଭାବ ଅଧିକାଂଶ ୨୦ ମିନିଟ ପର୍ଯ୍ୟନ୍ତ ରହିଥାଏ । ସେଥିପାଇଁ କେଶକୁ କଣ୍ଡିସନିଙ୍ଗ କରିବା ହିସାବରେ ହେୟାର ସ୍ପା ଚୟନ କରାଯାଇଥାଏ ।
ଏଥିରୁ ଆପଣ ଜାଣିପାରିଥିବେ କି ଆପଣଙ୍କ କେଶ ପାଇଁ କେଉଁଟା ଠିକ୍ । ହେୟାର ସ୍ପା ନା କେରାଟିନ୍ । ଆପଣଙ୍କ କେଶକୁ ପୋଷକ ତତ୍ୱ ଦେଇଥାଏ କେରାଟିନ୍ ଏବଂ କେଶକୁ କଣ୍ଡିସନିଙ୍ଗ କରିଥାଏ ହେୟାର ସ୍ପା ।