ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖରାଦିନେ ଆବଶ୍ୟକ ନଥିଲେ ଘରୁ ବାହାରିବା ଉଚିତ୍ ନୁହେଁ । ଯଦି ବି କୌଣସି କାରଣ ପାଇଁ ଘରୁ ବାହାରକୁ ବାହାରୁଥାନ୍ତି ତେବେ ବିଲକୁଲ ଖାଲି ପେଟରେ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏଭଳି ସ୍ଥିତିରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଖାଲି ପେଟରେ ଖରାକୁ ବାହାରିଲେ କେଉଁ ସମସ୍ୟା ଉପୁଜିବ । ତେବେ ଆସନ୍ତୁ ଜାଣିବା..
– ଖାଲି ପେଟରେ ଖରାକୁ ବାହାରିବା ଦ୍ୱାରା ଆପଣଙ୍କର ଲୋ ବ୍ଲଡ ପ୍ରେସର ହୋଇପାରେ । ଅବଶ୍ୟ ଏହା ସାଧାରଣ କଥା । କାରଣ ଖାଦ୍ୟ ଖାଇବା ପରେ ମଧ୍ୟ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଶକ୍ତି ମିଳି ପାରିନଥାଏ । ସେହିପି ବିନା ଖାଦ୍ୟରେ ଖାଲି ପେଟରେ ଘରୁ ବାହାରକୁ ଗଲେ ଯାହା ଶକ୍ତି ଥାଏ ତାହା ମଧ୍ୟ କମିଯାଏ । ଏହାସହିତ ରକ୍ତ ଚାପ କମ ହେବାର ସମ୍ଭାବନା ରହିଥାଏ ।
– ଯଦି ଆପଣ ଖାଲି ପେଟରେ ଘରୁ ବାହାରକୁ ଯାଆନ୍ତି ତେବେ ଆପଣ ଦୁର୍ବଳ ହୋଇପାରନ୍ତି ଏବଂ ବେହୋସ ହେବାର ଲକ୍ଷଣ ଦେଖାଦେଇପାରେ ।
– ପ୍ରଖର ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ଖାଲି ପେଟରେ ରହିବା ଦ୍ୱାରା ଲୁ ହୋଇପାରେ । କାରଣ ଖରାଦିନେ ଅଧିକ ଖରାରେ ଶରୀର ଡିହାଇଡ୍ରେଟ ହୋଇଥାଏ । ଖାଲିପେଟରେ ଆପଣଙ୍କ ଶରୀରର ଶକ୍ତିର ସ୍ତର କମ୍ ହୋଇଯାଏ ।