ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦେଶରେ ଜାରି ରହିଛି କରୋନା ଟୀକାକରଣ ପ୍ରକ୍ରିୟା । କରୋନାର ଏହି ଟୀକା ହାତର ଉପର ଅଂଶ ବା ବାହୁ ରେ ଦିଆଯାଉଛି । ଏଭଳି ସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ବାହୁରେ କାହିଁକ ଦିଆ ଯାଉଛି ଟୀକା । ଏହାର କାରଣ କଣ ହୋଇପାରେ ।
ଅଧିକାଂଶ ଟୀକା ଇଣ୍ଟ୍ରାମସ୍କୁଲାର ଇଞ୍ଜେକ୍ସନ ଜରିଆରେ ଡେଲ୍ଟଏଡ କିମ୍ବା ଜଂଘ ମାଂସପେଶୀରେ ଦିଆଯାଇଥାଏ । ବାସ୍ତବରେ ମାଂସପେଶୀ ପ୍ରତିରୋଧର ଅନୁକ୍ରିୟାକୁ ଉତ୍ତେଜିତ କରି ଟୀକାର କ୍ଷମତାକୁ ବଢାଇ ଦେଇଥାଏ । ଏହାସହିତ ଏହାଦ୍ୱାରା ଟୀକା ଲଗାଇଥିବା ସ୍ଥାନରେ ରିଆକ୍ସନ ହେବାର ସମ୍ଭାବନା ମଧ୍ୟ କମ ରହିଥାଏ ।
କିନ୍ତୁ କରୋନା ଟୀକାକୁ ବାହୁ ର ମାଂସପେଶୀରେ ଦେବା ପାଇଁ ଡିଜାଇନ୍ କରାଯାଇଛି । ଏହା କେବଳ ସୁବିଧାଜନକ ତାହା ନୁହେଁ ବରଂ ଅନ୍ୟ ମାଂସପେଶୀ ତୁଳନାରେ କମ ଯନ୍ତ୍ରଣାଦାୟକ ଅଟେ ।
କରୋନା ଟୀକା ମଧ୍ୟ ଅନ୍ୟ ଟୀକା ଭଳି । ଯାହାକୁ ହାତରେ ଦିଆଯାଇ ପାରିବ । ଅବଶ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଡାହାଣାହାତୀଙ୍କ ପାଇଁ ବାମ ହାତ ଏବଂ ବାମାହାତୀଙ୍କ ପାଇଁ ଡାହାଣ ହାତରେ ଟୀକା ଲଗେଇବା ସଠିକ । କାରଣ ଟୀକା ଲଗାଇବାର କିଛି ଦିନ ଯାଏଁ ହାତ ଦରଜ ଏବଂ ଫୁଲା ରହିଥାଏ । କାମ କରିବାରେ ଯେପରି ଅସୁବିଧା ନହେବ ସେଥିପାଇଁ ଏଭଳି କରିବା ଉଚିତ୍ ।