ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେତେବେଳେ ପ୍ରେମିକ ପ୍ରେମିକା ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇ ଯାଆନ୍ତି, ସେତେବେଳେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ଭୁଲିବା ସହଜ ହୋଇ ନଥାଏ । ମୁଖ୍ୟତଃ ମହିଳାମାନଙ୍କ କ୍ଷେତ୍ରରେ ସଂପର୍କରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡିଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନେ ସେହି ସମୟରେ କ’ଣ କରିଥାନ୍ତି ।
– ମହିଳାମାନେ ପ୍ରଥମେ ଜାଣିବାକୁ ଚେଷ୍ଟା କରିଥାନ୍ତି ଯେ ତାଙ୍କ ପ୍ରେମିକ କେଉଁ କାରଣରୁ ତାଙ୍କଠୁ ଅଲଗା ହେଲେ, ଏବଂ ତାଙ୍କର ଆଉ କାହା ସହ ସଂପର୍କ ଅଛି ।
– ଏବଂ ସେହି ତୃତୀୟ ମହିଳା ଜଣଙ୍କ ବିଷୟରେ ସୋସିଆଲ ମିଡିଆ ତଥା ବନ୍ଧୁ ମାନଙ୍କଠାରୁ ତଥ୍ୟ ଏକାଠି କରିବା ।
– ଫେସବୁକ୍ ଏବଂ ହ୍ୱାଟସପରୁ ପ୍ରେମିକଙ୍କୁ ବ୍ଲକ କରିବା ପୁଣି ଅନବ୍ଲକ କରିବା । ଏହା ନିୟମିତ ମହିଳାମାନେ କରିଥାନ୍ତି । ଏଭଳି ଏଥିପାଇଁ କରିଥାନ୍ତି କି ସେ ପ୍ରେମିକଙ୍କ ଠାରୁ ଅଲଗା ହେବା ପରେ ପ୍ରେମିକ କ’ଣ କରୁଛନ୍ତି ।
– ଅନେକ ସମୟରେ ମହିଳାମାନେ ତାଙ୍କ ପୂର୍ବ ପ୍ରେମିକଙ୍କୁ ଖୁବ୍ ଗାଳିଗୁଲଜ କରିଥାନ୍ତି ।
– ସବୁଠାରୁ ମୁଖ୍ୟ କଥା ହେଲା ପ୍ରେମିକଙ୍କ ଠାରୁ ଅଲଗା ହେବା ପରେ ମହିଳାମାନେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । କାରଣ ସେ ତାଙ୍କ ପୂର୍ବ ପ୍ରେମିକଙ୍କୁ ଦେଖାଇବାକୁ ଚାହାଁନ୍ତି କି ସେ ତାଙ୍କ ବିନା ବଞ୍ଚିପାରିବେ ।
– କିଛି ମହିଳା ବ୍ରେକଅପ ପରେ ସପିଙ୍ଗ କରିବା ପାଇଁ ପସନ୍ଦ କରିଥାନ୍ତି । ଅନ୍ୟପଟରେ ଆଉ କିଛି ମହିଳା ଅନ୍ୟ ପୁରୁଷଙ୍କ ସହ ଜାଣି ଶୁଣି ଫ୍ଲଟିଙ୍ଗ କରିଥାନ୍ତି ।