ଉନ୍ନାଓ ( ଏଟିଆର ବ୍ୟୁରୋ): ଗତ ୬ ତାରିଖରେ ଉନ୍ନାଓ ପୀଡିତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ପରେ ମର ଶରୀରକୁ ଉନ୍ନାଓ ନିଆଯାଇଥିଲା । ସେଠାରେ ଆଜି ତାଙ୍କର ଶେଷକୃତ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବାକୁ ପୀଡିତାଙ୍କ ସାନ ଭଉଣୀ ଅଡି ବସିଥିଲେ । ମାତ୍ର ପରେ ଭଉଣୀକୁ ବୁଝାସୁଝା କରିବା ପରେ ସମସ୍ତ ରୀତିନୀତି ଅନୁସାରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏନେଇ ଆଜି ଲକ୍ଷେ୍ø ପୋଲିସ କମିଶନର କହିଛନ୍ତି ପୀଡିତାଙ୍କ ପୁରା ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବ । ପୀଡିତାଙ୍କ ଭାଇର ଦାବୀ ଅନୁସାରେ ସେମାନେ ନିଜ ସୁରକ୍ଷା ପାଇଁ ଘରେ ଅସ୍ତ୍ରଶସ୍ତ୍ର ରଖିବାକୁ ଅନୁମତି ଦିଆଯିବ ।
ସୂଚନାଯୋଗ୍ୟ ରାତି ୧୧.୪୦ ରେ ସଫଦରଜଙ୍ଗ ହସ୍ପିଟାଲରେ ସେ ଶେଷ ନିଶ୍ୱାଷ ତ୍ୟାଗ କରିଥିଲେ । ଗୁରୁବାର ବିଳମ୍ବିତ ରାତିରେ ଲକ୍ଷେ୍ନøର ସିଭିଲ ହସ୍ପିଟାଲରୁ ଏୟାରଲିଫ୍ଟ କରି ପୀଡିତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସରରେ ପୀଡିତା ଶେଷ ଥର ପାଇଁ ତାଙ୍କ ଭାଇଙ୍କୁ କହିଥିଲେ କି, ଯେଉଁମାନେ ମୋର ଏଭଳି ପରିସ୍ଥିତି କରିଛନ୍ତି , ତାଙ୍କୁ କେବେ ବି ଛାଡିବନି । ଏହାସହିତ ସେ ଆହୁରି ମଧ୍ୟ କହିଥିଲେ କି , ମୁଁ ଏବେ ମରିବାକୁ ଚାହୁଁନି ।୯୦ ପ୍ରତିଶତ ଜଳି ଯାଇଥିବା ଉନାଓ ଦୁଷ୍କର୍ମ ପୀଡିତାଙ୍କ ମୁହଁରୁ କଥା ବି ବାହାରୁ ନଥିଲା । ଗଳା ର ନିଶ୍ୱାସ ନେବାର ନଳି ଏବଂ ଆହାର ନଳି ସମ୍ପୂର୍ଣ୍ଣ ଭାବେ ସିଝିଯାଇଥିଲା ।