ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ହାଇଦ୍ରାବାଦ ଦୁଷ୍କର୍ମ ମାମଲାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କେତେକ ସ୍ଥାନରେ ଜନଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଘଟଣାକୁ ନେଇ ସଂସଦରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସଂସଦର ଉଭୟ ଗୃହରେ ଏହି ମାମଲାକୁ ନେଇ ଉଦବେଗ ପ୍ରକାଶ ପାଇଛି ।
ଆହୁରି ମଧ୍ୟ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ବିଚାର କରି ଅପରାଧୀକୁ ଫାଶି ଦଣ୍ଡ ଦେବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ଲୋକସଭାରେ ବାଚଷ୍ପତି ଓମ ବିଲ୍ଲା ଓ ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ଚିନ୍ତା ପ୍ରକଟ କରିଛନ୍ତି । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏଭଳି ପ୍ରସଙ୍ଗରେ ଚର୍ଚ୍ଚା କରିବା ପାଇଁ ସବୁବେଳେ ସରକାର ପ୍ରସ୍ତୁତ କରିଛନ୍ତି ।