ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ମର୍ୟ୍ୟାଦା ଜନକ ପଦ୍ମ ପୁରସ୍କାର । ଆଉ ସବୁଠାରୁ ବଡକଥା ହେଲା ଏଥର ଓଡିଶାରୁ ୧୦ ଜଣ କୃତିତ୍ୱଙ୍କୁ ଏକକାଳୀନ ଏହି ମର୍ଯ୍ୟାଦା ଜନକ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା ହୋଇଛି । ସେହି ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଉତ୍ସବ ଚରଣ ଦାସ । ତେବେ ଆସନ୍ତୁ ଜାଣିବା ଉତ୍ସବ ଚରଣ ଦାସଙ୍କ ବିଷୟରେ ଜଣାଅଜଣା କଥା ୧୯୫୪ ମସିହା ଏପ୍ରିଲ ୧୪ ତାରିଖରେ କଟକ ଟାଙ୍ଗୀ ଅଞ୍ଚଳ ମଣିଆ ଗାଁରେ ଜନ୍ମ ଗ୍ରହଣ କରନ୍ତି ଉତ୍ସବ ଚରଣ ଦାସ ।
ସେ ହାଇସ୍କୁଲରେ ପଢିବା ସମୟରେ ଘୋଡାନାଚରେ ଯୋଗ ଦେଇଥିଲେ । ଘୋଡା ନାଚକୁ ଲୋକାଭିମୂଖି କରିବା ପାଇଁ ତାଙ୍କର ଅବଦାନ ଅତୂଳନୀୟ । ଆଉ ସବୁଠାରୁ ବଡ କଥା ହେଲା ମାତ୍ର ୧୦ମ ଶ୍ରେଣୀରେ ପଢିବା ବେଳେ ସଂଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ସଂଗଠନ ଗଢିଥିଲେ । ଓଡିଶାର ଏକ ପାରମ୍ପରିକ ଲୋକନୃତ୍ୟ ହେଉଛି ଘୋଡା ନାଚ । ଏହି ଘୋଡା ନାଚ ଉପକୂଳ ଓଡିଶାରେ ଚୈତ୍ୟ ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । ଘୋଡା ନାଚରେ ଜଷର ଲେଖାଏଁ ଗାୟକ, ପାଳିଆ , ଢୋଲକିଆ, ମହୁରାଣୀ ଓ ରାଉତ , ରାଉତାଣୀ ଥାଏ । ୧୯୬୫ ମସିହାରେ ଆକାଶବାଣୀରେ ସ୍ୱୀକ୍ୃତି ପ୍ରାପ୍ତ କଳାକାର ହୋଇଥିଲେ । ସେ ୨୦୧୫ ମସିହାରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ ।