ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତରେ ଲୋକ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବାକୁ ଯେ ଖାଲି ଭଲପାଆନ୍ତି ତାହା ନୁହେଁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାରେ ମଧ୍ୟ ଆଗରେ ।
ବିବିଧତାରେ ପୂର୍ଣ୍ଣ ଆମ ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଶୈଳି ହୋଇଥାଏ । ହେଲେ ଭାରତରେ ଲୋକ ସବୁଠାରୁ ଅଧିକ ବିରିୟାନୀ ଖାଇବାକୁ ପସନ୍ଦ କରନ୍ତି ।
ଏହା ଆମେ କହୁନୁ ଏହା ଜଣାପଡିଛି ଭାରତର ଏକ ପପୁଲାର ଅନଲାଇନ୍ ଫୁଡ ଡେଲିଭରି ସଂସ୍ଥା ସ୍ୱିଗିର ବାର୍ଷିକ ରିପୋର୍ଟରୁ । ତେବେ ଏହି ସଂସ୍ଥାର ରିପୋର୍ଟ ଅନୁସାରେ କେବଳ ୧ମିନିଟ୍ ରେ ଭାରତୀୟ ମାନେ ୯୫ଟି ବିରିୟାନୀ ଅର୍ଡର କରିଥାନ୍ତି ।
କେବଳ ଯେ ବିରିୟାନୀ ତାହା ନୁହେଁ ଲୋକ ଗୁଲାବ୍ ଜାମୁନ, ହାଲୱା, ଫାଲୁଦା, ପିଜ୍ଜା ସହିତ ଖେଚୁଡି ମଧ୍ୟ ଅଧିକ ଅର୍ଡର କରିଥାନ୍ତି । ସେପଟେ ବିରିୟାନୀ ଭିତରେ ଲୋକ ଅଧିକ ଚିକେନ୍ ବିରିୟାନୀ ପସନ୍ଦ କରୁଥିବାର ରିପୋର୍ଟ ସ୍ୱିଗି ଦେଇଛି ।