ବିଶ୍ବାସର ଛାତଟିଏ
ଧୈର୍ୟ୍ୟର ବନ୍ଧଟିଏ
ନୀଳ ଦିଗବଳୟର ଆଶାର କିରଣଟିଏ
ଘରର ମଝିଖୁଣ୍ଟ ଟିଏ
ଦିକ୍ ଦିକ୍ ଜଳି ଆଲୁଅ ଦେଉଥିବା ଦୀପଟିଏ
ସାହସର ପ୍ରତୀକଟିଏ……..
ବାପା, ଆଶାର ଆଲୋକଟିଏ
ନିର୍ଭୟର ସାଥୀଟିଏ
ଅଭାବ ଅସୁବିଧାର ବନ୍ଧୁଟିଏ
ଜୀବନ ଜିଇବାର କଳାଟିଏ
ସତ୍ ରାସ୍ତାର ଆଲୋକଟିଏ
ଅମଡା ବାଟରୁ ଫେରାଇ ଆଣୁଥିବା
ବନ୍ଧୁଟିଏ…….
ବାପା, ସବୁ ଚରିତ୍ରର ନିଖୁଣ ଚରିତ୍ରଟିଏ
ଜୀବନକୁ ଆଙ୍କିପାରିଥିବା ଚିତ୍ରକରଟିଏ
ମନରେ ରେଖାପାତ କରୁଥିବା ମୂର୍ତ୍ତୀଟିଏ
ଅଭିଜ୍ଞତାର ଚଳନ୍ତି ମହାଦୃମଟିଏ
ଜୀବନ ସଂଘର୍ଷରୁ ଉତୁରିଥିବା ବ୍ୟକ୍ତିଟିଏ
ଅଛିଣ୍ଡା ଗଣିତର ସରଳ ସୂତ୍ରଟିଏ………
ବାପା, ଆତ୍ମବିଶ୍ବାସର ପ୍ରତିଛବିଟିଏ
ଭବିଷ୍ୟତକୁ ଦିଗଦର୍ଶନ ଦେଉଥିବା ବ୍ୟକ୍ତିଟିଏ
ସଫଳ ଓ କର୍ତ୍ତବ୍ୟବୋଧର ପ୍ରତୀକଟିଏ
ସମୟକୁ ପରଖିଥିବା ମଣିଷଟିଏ
ଆଶା ଓ ଆକାଂକ୍ଷାର ମୂର୍ତ୍ତିଟିଏ
ସେ ମୋ ବାପା, ତାଙ୍କ ପରି ପୁଣି ଆଉ କିଏ ??
କୁଞ୍ଜବିହାରୀ ରାଉତ,ରାଉରକେଲା